“ଯେମିତି କରିବେ ସେମିତି ଭୋଗିବେ” ବେନ୍ ଷ୍ଟୋକ୍ସଙ୍କ ହ୍ୟାଣ୍ଡସେକ୍ ବିବାଦକୁ ନେଇ ବର୍ଷିଲେ ପୂର୍ବତନ ଅଧିନାୟକ
ଷ୍ଟୋକ୍ସଙ୍କୁ ନେଇ ଯେଉଁ ବିବାଦ ଦେଖା ଦେଇଛି ସେହି ବିଷୟରେ ମୁହଁ ଖୋଲିଛନ୍ତି ଜୋଫ୍ରେ।
ମାଞ୍ଚେଷ୍ଟର: ବେନ୍ ଷ୍ଟୋକ୍ସଙ୍କ ହ୍ୟାଣ୍ଡସେକ୍ ବିବାଦରେ ମୁହଁ ଖୋଲିଲେ ଇଲଣ୍ଡର ପୂର୍ବତନ କ୍ୟାପଟେନ୍ ଜୋଫ୍ରେ ବୟକଟ୍।
ସେ ଲେଖିଛନ୍ତି “ଯେମିତି କରିବ ସେମିତି ପାଇବ”। ଚତୁର୍ଥ ଟେଷ୍ଟ ମ୍ୟାଚ୍ର ଶେଷ ମୁହୂର୍ତ୍ତରେ ଷ୍ଟୋକ୍ସ ଡ୍ର’ ପ୍ରସ୍ତାବ ଦେଇଥିଲେ ଯାହାକୁ ଜାଡେଜା ଏବଂ ସୁନ୍ଦର ମନା କରିଦେଇଥିଲେ। ଏହା ପରେ ଷ୍ଟୋକ୍ସ ରାଗିଯାଇ ହ୍ୟାରି ବ୍ରୁକ୍ଙ୍କୁ ବୋଲିଂ କରିବାକୁ ଡାକିଥିଲେ ଯାହାଦ୍ୱାରା ଉଭୟ ବ୍ୟାଟ୍ସମ୍ୟାନ୍ ଯଥାଶୀଘ୍ର ସେମାନଙ୍କର ଶତକ ପୂରଣ କରିପାରିବେ। ଷ୍ଟୋକ୍ସଙ୍କ ଏହି ନିଷ୍ପତ୍ତିକୁ ବିଶ୍ୱ କ୍ରିକେଟ୍ରେ ବହୁତ ସମାଲୋଚନା କରାଯାଉଛି।
ଏପରି ପରିସ୍ଥିତିରେ, ଇଂଲଣ୍ଡର ପୂର୍ବତନ ଅଧିନାୟକ ଜୋଫ୍ରେ ବୟକଟ୍ ତାଙ୍କ ମତ ରଖିଛନ୍ତି, ଇଂଲଣ୍ଡ ଯେତେବେଳେ ସୁଯୋଗ ମିଳିଛି ସେତେବେଳେ ବହୁତ ଗପସପ କରିଛନ୍ତି। ତେଣୁ ତୁମେ ଭାରତକୁ ଦୋଷ ଦେଇପାରିବନି। ସେମାନେ କ୍ରିଜରେ ରହିବାକୁ ଏବଂ କଠିନ ପରିଶ୍ରମ କରିଥିବା ଦୁଇ ବ୍ୟାଟସମ୍ୟାନଙ୍କୁ ଶତକ ହାସଲ କରିବାର ସୁଯୋଗ ଦେବାକୁ ଚେଷ୍ଟା କରିଥିଲେ।
ଯଦି ତୁମେ ଇଂଲଣ୍ଡ ପରି ହାର ମାନିବ, ତେବେ ତୁମକୁ ଏହାକୁ ଗ୍ରହଣ କରିବାକୁ ପଡିବ। ମୁଁ ଷ୍ଟମ୍ପ ମାଇକ୍ ମାଧ୍ୟମରେ ଭାରତ ଉପରେ ଆକ୍ଷେପ କରୁଥିବା ଶୁଣିପାରୁଥିଲି ।
ଜୋଫ୍ରେ ବୟକଟ୍ ଆହୁରି କହିଛନ୍ତି, “ଭାରତୀୟ ଖେଳାଳିମାନେ ବହୁତ ଶକ୍ତିଶାଳୀ.. ସେମାନେ ପଛକୁ ହଟି ନାହାଁନ୍ତି। ଦଳ ପାଇଁ ମ୍ୟାଚ୍ ବଞ୍ଚାଇବା ପାଇଁ ସାରା ଦିନ କଠିନ ପରିଶ୍ରମ କରିଛନ୍ତି ।
ରବିନ୍ଦ୍ର ଜାଡେଜା ଏବଂ ୱାଶିଂଟନ ସୁନ୍ଦର ସେମାନଙ୍କର ଶତକ ପାଇବାକୁ ଯୋଗ୍ୟ ଥିଲେ। ସେମାନେ ଭଲ ବଲ ଛାଡିଥିଲେ, ପୂର୍ଣ୍ଣ ଶକ୍ତି ସହିତ ବ୍ୟାଟିଂ କରିଥିଲେ ଏବଂ ଯେକୌଣସି ମୂଲ୍ୟରେ ସେମାନଙ୍କର ୱିକେଟ ବଞ୍ଚାଇଥିଲେ.. ବହୁତ ଭଲ।
ସେହିପରି ଇଂଲଣ୍ଡର ପୂର୍ବତନ ଅଧିନାୟକ ଏହା ମଧ୍ୟ ଲେଖିଛନ୍ତି ଯେ ଯଦି ଜାଡେଜା ଏବଂ ସୁନ୍ଦରଙ୍କ ସ୍ଥାନରେ ଇଂଲଣ୍ଡର ବ୍ୟାଟସମ୍ୟାନ୍ ଥାଆନ୍ତେ, ତେବେ ସେମାନେ ମଧ୍ୟ ଭାରତୀୟ ବ୍ୟାଟସମ୍ୟାନଙ୍କ ପରି ହୋଇଥାଆନ୍ତେ।