fbpx

ଆଜି ପୃଥିବୀ ସହିତ ମାଡ଼ ହେବ ଭୟଙ୍କର ଜିଓମ୍ୟାଗ୍ନେଟିକ୍ ଷ୍ଟୋର୍ମ, ଆପଣଙ୍କ ଉପରେ କିପରି ରହିବ ଏହାର ପ୍ରଭାବ ଜାଣନ୍ତୁ

ନୂଆଦିଲ୍ଲୀ: ସୂର୍ଯ୍ୟଙ୍କଠାରୁ ବାହାରୁଥିବା ତେଜ୍ ରଶ୍ମୀର ଲହର ଆଜି ପୃଥିବୀ ସହିତ ମାଡ଼ ହେବ । ତେବେ ଏକ ବିଶାଳ ଜିଓମ୍ୟାଗ୍ନେଟିକ୍ ଷ୍ଟୋର୍ମ ଧକ୍କା ହେବା ଫଳରେ ଏହାର ପ୍ରଭାବରେ ଜିପିଏସ୍ ସିଗନାଲ, ସାଟେଲାଇଟ ଓ ଇଲେକ୍ଟ୍ରିସିଟି ଗ୍ରୀଡ୍ କ୍ଷତିଗ୍ରସ୍ତ ହେବ । ଏନେଇ ଗତ ସେପ୍ଟେମ୍ବର ୨୬ ତାରିଖରେ ଅନ୍ତରୀକ୍ଷ ମୌସମ ଉପରେ କାର୍ଯ୍ୟ କରୁଥିବା ଆମେରିକାର ଏକ ସଂସ୍ଥା ପକ୍ଷରୁ ଚେତାବନୀ ଦିଆଯାଇଥିଲା । ତେବେ ଯେ କୌଣସି ସମୟରେ ଏହି ଜିଓମ୍ୟାଗ୍ନେଟିକ୍ ସମସ୍ୟା ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି ।

ଆମେରିକୀୟ ସ୍ପେସ୍ ଏଜେନ୍ସି (ନାସା) ଅନୁଯାୟୀ, ସୂର୍ଯ୍ୟ ପୃଷ୍ଠରେ ଏକ ବଡ଼ ଧରଣର ବିସ୍ଫୋରଣ ହେବାର ସମ୍ଭାବନା ରହିଛି । ଫଳରେ ଏହି ବିସ୍ଫୋରଣରୁ ବହୁମାତ୍ରାରେ ଚୁମ୍ବକୀୟ ଶକ୍ତି ସୃଷ୍ଟି ହେବ । ସୂର୍ଯ୍ୟର ବାହାର ପୃଷ୍ଠର କିଛି ଅଂଶ ଖୋଲିଯିବା ଫଳରେ ଏହାକୁ କୋରୋନାଲ ହୋଲ କୁହାଯାଇଥାଏ । ଏହା ହୋଲ ଦେଇ ଉର୍ଜା ବାହାରକୁ ବାହାରି ଆସିଥାଏ, ଯାହାକି ଅଗ୍ନି ସଦୃଶ ଦେଖାଯାଇଥାଏ । ଯଦି ଏହି ଉର୍ଜା ଲଗାତର କିଛି ଦିନ ପର୍ଯ୍ୟନ୍ତ ବାହାରିବା ଜାରି ରହେ, ତେବେ ତାହା ବ୍ରହ୍ମାଣ୍ଡକୁ ବ୍ୟାପିଯାଏ ଓ ଏହାକୁ ଜିୟୋ ମ୍ୟାଗ୍ନେଟିକ୍ ଷ୍ଟୋର୍ମ କୁହାଯାଏ । ତେବେ ଏହି ଷ୍ଟୋର୍ମ ପୃଥିବୀ ସହ ମାଡ଼ ହେଲେ କେଉଁ ଦେଶ ବେଶି ପ୍ରଭାବିତ ହେବ, ତାହା ହିଁ ମୁଖ୍ୟ ପ୍ରଶ୍ନ । ବୈଜ୍ଞାନିକଙ୍କ ମତରେ ସୂର୍ଯ୍ୟଙ୍କଠାରୁ ନିର୍ଗତ ରେଡିଏସନଠାରୁ ପୃଥିବୀର ଚୁମ୍ବକୀୟ ଶକ୍ତି ଭୂପୃଷ୍ଠକୁ ବଞ୍ଚାଇଥାଏ । ଧରତୀ ଗର୍ଭରୁ ବାହାରୁଥିବା ଏହି ଚୁମ୍ବକୀୟ ଶକ୍ତି ବାୟୁମଣ୍ଡଳର ଆଖପାଖରେ ଏକ କବଚ ପରି ରହିଥାଏ । ଏହି ଶକ୍ତି ଉକ୍ତ ରେଡିଏସନର ଗତିକୁ ମୋଡ଼ି ଦେଇଥାଏ । ତେବେ ସୂର୍ଯ୍ୟ ପୃଷ୍ଠରେ ଉଠିଥିବା ଏହି ତୁଫାନର ପ୍ରଭାବ ସାଟେଲାଇଟ ଟେକ୍ନୋଲୋଜି ଉପରେ ବେଶି ପଡ଼ିବ ବୋଲି ନାସାର ବୈଜ୍ଞାନିକମାନେ ମତ ଦେଇଛନ୍ତି । ଏହାର ପ୍ରଭାବରେ ସାଟେଲାଇଟ ନାଭିଗେସନ, ମୋବାଇଲ ଫୋନ ସିଗନାଲ, ସାଟେଲାଇଟ ଟିଭି ଆଦି ବନ୍ଦ ହୋଇପାରେ । ପାୱାର ଲାଇନ୍ସରେ କରେଣ୍ଟର ଗତି କ୍ଷିପ୍ର ହୋଇପାରେ । ଏହାଛଡ଼ା କିଛି ଦେଶରେ ବିଜୁଳି ସପ୍ଲାଏ ସହ ଇଣ୍ଟରନେଟ ସେବା ବନ୍ଦ ହୋଇପାରେ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.