fbpx

କିଏ ଏହି Mrs World ୨୦୨୨ ଦୌଡ଼ରେ ଭାରତରୁ ପ୍ରତିନିଧିତ୍ୱ କରିଥିବା ଓଡ଼ିଆ ବୋହୁ, ଜାଣନ୍ତୁ ତାଙ୍କ ସମ୍ପର୍କରେ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜାନୁଆରୀ ୧୫ ତାରିଖ ଶନିବାର ଦିନ ୟୁଏସ୍ ଲାସ୍ ଭେଗାସ୍ ରେ ମିସେସ୍ ୱର୍ଲ୍ଡ ୨୦୨୨ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତ ପ୪ରୁ ପ୍ରତିନିଧିତ୍ୱ କରିଥିଲେ ଓଡ଼ିଶାର ନଭଦୀପ କୌର୍ । ସେ ମିସେସ୍ ଇଣ୍ଡିଆ ୱର୍ଲ୍ଡ ୨୦୨୦-୨୧ ଟାଇଟଲ୍ ହାସଲ କରିସାରିଛନ୍ତି । ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲା କଂସବାହାଲ୍ ରେ ଜନ୍ମଗ୍ରହଣ କରିଥିବା ନଭଦୀପ ମିସେସ୍ ୱର୍ଲ୍ଡ ୨୦୨୨ ପ୍ରତିଯୋଗିତାରେ ଦେଶ ତରଫରୁ ପ୍ରତିନିଧିତ୍ୱ କରିଥିଲେ ।

 

View this post on Instagram

 

A post shared by Mrs. India Inc (@mrsindiainc)

ତେବେ ଗତକାଲି ଲାସ୍ ଭେଗାସ୍ ରେ ମିସେସ୍ ୱର୍ଲ୍ଡ ୨୦୨୨ର ଫାଇନାଲ୍ ରାଉଣ୍ଡ ଥିବା ବେଳେ ନଭଦୀପ ଜାତୀୟ କଷ୍ଟ୍ୟୁମ୍ ରେ ନଜର ଆସିଥିଲେ । ସେ କୁଣ୍ଡଳୀନୀ ଚକ୍ର ଆଉଟଫିଟ୍ ରେ ନଜର ଆସିଥିଲେ । ଏହାର ଫଟୋ ସେ ନିଜ ଇନଷ୍ଟାଗ୍ରାମ ପେଜ୍ ରେ ସେୟାର୍ କରିଛନ୍ତି । ତେବେ ଓଡ଼ିଶାର ନଭଦୀପ ବିଜନେସ୍ ଆଡମିନିଷ୍ଟ୍ରେସନ୍ ରେ ମାଷ୍ଟର୍ ଡିଗ୍ରୀ ହାସଲ କରିଛନ୍ତି । ଏହା ବ୍ୟତୀତ କମ୍ପ୍ୟୁଟର୍ ସାଇନ୍ସ ଇଞ୍ଜିନିୟରିଂ ମଧ୍ୟ କରିଛନ୍ତି । ତାଙ୍କ କହିବାନୁସାରେ, ମହିଳାମାନଙ୍କୁ ସବୁବେଳେ ତାଙ୍କ ସ୍ୱପ୍ନ ପୂରଣ କରିବାକୁ ପ୍ରେରଣା ଦେବା ଦରକାର । ଏହି କାରଣରୁ ସେ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିବାକୁ ସ୍ୱପ୍ନ ରଖିଛନ୍ତି ।

 

View this post on Instagram

 

A post shared by Navdeep Kaur (@komal.navdeepkaur)

ନଭଦୀପଙ୍କ ବିବାହକୁ ୭ ବର୍ଷ ହୋଇସାରିଛି । ତାଙ୍କର ଗୋଟିଏ ୫ ବର୍ଷର ଝିଅ ମଧ୍ୟ ରହିଛି । ସେ ଗତ ୬ ବର୍ଷ ହେଲା ଶିକ୍ଷା ଓ ପ୍ରଶିକ୍ଷଣ କ୍ଷେତ୍ରରେ କାମ କରିଆସୁଛନ୍ତି । ସେ କୋଟକ୍ ମହିନ୍ଦ୍ରା ବ୍ୟାଙ୍କରେ ଆସିଷ୍ଟାଣ୍ଟ ମ୍ୟାନେଜର୍ ଭାବରେ କ୍ୟାରିୟର୍ ଆରମ୍ଭ କରିଥିଲେ । ଏହା ପରେ ଏଚଆର୍ ଓ ମାର୍କେଟିଂରେ ଗ୍ରାଜୁଏସନ୍ ପାଇଁ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ୍ ରେ ଆସିଷ୍ଟାଣ୍ଟ୍ ପ୍ରୋଫେସର୍ ଭାବେ କାମ ଆରମ୍ଭ କଲେ । ବର୍ତ୍ତମାନ ସେ ଜଣେ ପର୍ସନାଲିଟି ଡେଭଲପମେଣ୍ଟ୍ କୋଚ୍ ।

 

View this post on Instagram

 

A post shared by Mrs. India Inc (@mrsindiainc)

ତେବେ ମିସେସ୍ ୱର୍ଲ୍ଡ ବିବାହିତା ମହିଳାଙ୍କ ପାଇଁ ଏକମାତ୍ର ତଥା ପ୍ରଥମ ବିଶ୍ୱସ୍ତରୀୟ ସୁନ୍ଦରୀ ପ୍ରତିଯୋଗିତା । ଏଥିରେ ୮୦ଟି ଦେଶର ବିବାହିତା ମହିଳାମାନେ ସାମିଲ ହୋଇଥିଲେ । ଯେଉଁଥିରେ ଭାରତରୁ ରହିଥିଲେ ନଭଦୀପ କୌର୍ ।

Get real time updates directly on you device, subscribe now.