fbpx

ଅପୂର୍ବ ପରାକ୍ରମ ପରେ ଶହୀଦ ହେଲେ ‘ଘୋଷ୍ଟ ଅଫ୍ କିଭ୍’: ଏକ ଧ୍ୱଂସ କରିଥିଲେ ୪୦ ଋଷ ବିମାନ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଋଷ୍-ୟୁକ୍ରେନ୍ ଯୁଦ୍ଧକୁ ଦେଢ ମାସ ବିତିଗଲାଣି । ୟୁକ୍ରେନକୁ ଅକ୍ତିଆର କରିବାକୁ ଋଷ ସେନା ପ୍ରସ୍ତୁତ । ହେଲେ ଜଣେ ୟୁକ୍ରେନୀୟ ପାଇଲଟଙ୍କ ବୀରତ୍ୱର ଗାଥା ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି । ଶହୀଦ ହେବା ପୂର୍ବରୁ ଏହି ପାଇଲଟ୍ ଜଣଙ୍କ ଏକାକୀ ୪୦ ଋଷୀୟ ଯୁଦ୍ଧ ବିମାନକୁ ଧ୍ୱଂସ କରି ଦେଇଥିଲେ । ତେବେ ଏପ୍ରିଲ୍ ୧୩ ତାରିଖରେ ଏହି ଯବାନ ଜଣଙ୍କୁ ବୀରଗତି ପ୍ରାପ୍ତ ହୋଇଥିଲା ।

ପ୍ରଥମରୁ ଯବାନଙ୍କ ପରିଚୟ ମିଳିନଥିବା ବେଳେ ତାଙ୍କୁ ଘୋଷ୍ଟ ଅଫ୍ କିଭ୍ ଭାବେ ସମସ୍ତେ ସମ୍ବୋଧନ କରିଥିଲେ ସାଧାରଣ ଜନତା । ତେବେ ବର୍ତ୍ତମାନ ଏହି ଯବାନଙ୍କ ପରିଚୟ ମିଳି ସାରିଛି । ଏହି ଯବାନଙ୍କ ନାମ ଷ୍ଟେପାନ ଟାରାବାଲ୍କା ଏବଂ ବୟସ ୨୯ । ବିପୁଳ ସଂଖ୍ୟାରେ ଥିବା ଋଷ୍ ସେନାଙ୍କୁ ଅସୁବିଧାରେ ପକାଇଥିବା ଟାରାବାଲ୍କାଙ୍କୁ ୟୁକ୍ରେନର ଗାର୍ଡିଆନ୍ ଆଞ୍ଜେଲ ଭାବରେ ବର୍ଣ୍ଣନା କରିଛନ୍ତି ୟୁକ୍ରେନ୍ ସରକାର ।

ୟୁକ୍ରେନ ସରକାରଙ୍କ ଅଫିସିଆଲ୍ ୱେବସାଇଟରୁ ଏହି ଟ୍ୱିଟ୍ କରାଯାଇଛି । ସାଧାରଣ ଲୋକ ଟାରାବାଲ୍କାଙ୍କୁ ଘୋଷ୍ଟ ଅଫ୍ କିଭ୍ ବୋଲି ବର୍ଣ୍ଣନା କରିବା ସହିତ ଋଷୀୟ ସେନା ପାଇଁ ଦୁଃସ୍ୱପ୍ନ ବୋଲି ଲେଖାଯିବା ସହିତ ଏକ ଭିଡିଓ ମଧ୍ୟ ଶେୟାର କରାଯାଇଛି । ମିଗ୍-୨୯ ବିମାନ ଉଡାଉଥିବା ଟାରାବାଲ୍କା ପ୍ରଥମ ଦିନର ଯୁଦ୍ଧରେ ୬ଟି ଋଷ ଯୁଦ୍ଧବିମାନକୁ ନଷ୍ଟ କରିଥିଲେ । ମରଣୋତ୍ତର ଭାବରେ ତାଙ୍କୁ ୟୁକ୍ରେନର ସେନା ମେଡାଲ ଗୋଲ୍ଡେନ୍ ଷ୍ଟାରରେ ସମ୍ମାନିତ କରାଯାଇଛି ।

Get real time updates directly on you device, subscribe now.