fbpx

ମୁଖ୍ୟମନ୍ତ୍ରୀଙ୍କୁ ଗୋରୁ ମାଂସ ଉପହାର ଦେବା ନେଇ ଷ୍ଟାଟସରେ କହି ଗିରଫ ହେଲେ ବାଳିକା

ନୂଆଦିଲ୍ଲୀ: ଆସାମର ନାଲବାଡ଼ୀ ଜିଲ୍ଲାର ଜଣେ ବାଳିକା ତାଙ୍କ ହ୍ୱାଟ୍ସଆପ୍ ଷ୍ଟାଟସ୍ ରେ ଏକ ଆପତ୍ତିଜନକ ପୋଷ୍ଟ ଅପଲୋଡ୍ କରିଥିଲେ । ଯେଉଁଥିରେ ସେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ‘ଗାଈ ମାଂସ’ ଉପହାର ଦେବା କହିଥିଲେ । ଏହା ପରେ ତାଙ୍କୁ ଗିରଫ କରାଯାଇଛି।

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ଗତକାଲି ଜଣେ ଝିଅ ତାଙ୍କ ହ୍ୱାଟ୍ସଆପ୍ ଷ୍ଟାଟସରେ ଏକ ଆପତ୍ତିଜନକ ପୋଷ୍ଟ ଅପଲୋଡ୍ କରିଥିଲେ। ଏନେଇ ଏକ ମାମଲା ରୁଜୁ କରିଯାଇଛି ଏବଂ ତାଙ୍କୁ ଗିରଫ କରାଯାଇଥିଲା। ପରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା।

ବିଜେପି ସରକାରଙ୍କ ପଶୁ ସୁରକ୍ଷା ଆଇନ, ୨୦୨୧ ଲାଗୁ ହେବା ପରେ ଆସାମରେ ପଥମ ଥର ପାଇଁ ଏଭଳି ମାମଲା ରୁଜୁ ହୋଇଛି । ପଶୁ ସୁରକ୍ଷା ଆଇନ, ୨୦୨୧ ଅଧୀନରେ ଆସାମରେ ଗୋମାଂସ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି । ବହୁ ସଂଖ୍ୟାରେ ହିନ୍ଦୁ, ଜୈନ, ଶିଖ୍ ଏବଂ ଅଣ-ଗୋମାଂସ ଖାଉଥିବା ଅଞ୍ଚଳରେ ଗୋମାଂସ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବାକୁ ଏହି ବିଲରେ ପ୍ରସ୍ତାବ ଦିଆଯାଇଛି। ଏହି ଆଇନ ଅନୁଯାୟୀ ମନ୍ଦିରର ୫କିମି ବ୍ୟାସାର୍ଦ୍ଧରେ ଗୋ ମାଂସ ବିକ୍ରି ହୋଇପାରିବ ନାହିଁ ।

Get real time updates directly on you device, subscribe now.