fbpx

ଭାରତର ପ୍ରଥମ ମହାକାଶ ପର୍ଯ୍ୟଟକ ହେବେ ସନ୍ତୋଷ ଜର୍ଜ: ବୁଲି ସାରିଛନ୍ତି ୧୩୦ଟି ଦେଶ

କୋଟ୍ଟାୟମ: ପ୍ରଥମ ଭାରତୀୟ ଭାବରେ ମହାକାଶ ପର୍ଯ୍ୟଟକ ହେବାର ଗୌରବ ହାସଲ କରିବାକୁ ଯାଉଛନ୍ତି କେରଳର ସନ୍ତୋଷ ଜର୍ଜ କୁଲାଙ୍ଗରା । ୪୯ ବର୍ଷୀୟ ସନ୍ତୋଷ ଏହା ପୂର୍ବରୁ ବିଶ୍ୱର ୧୩୦ଟି ରାଷ୍ଟ୍ର ଭ୍ରମଣ କରି ସାରିଛନ୍ତି । ନିକଟରେ ଆମାଜନ ମାଲିକ ଜେଫ୍ ବେଜୋସ ମହାକାଶ ଭ୍ରମଣ କରି ଆସିବା ପରେ ସମାନ ରାସ୍ତାରେ ଯିବାରେ ପ୍ରଥମ ଭାରତୀୟ ହେବାକୁ ଯାଉଛନ୍ତି ସନ୍ତୋଷ ଜର୍ଜ ।
ରିଚାର୍ଡ ବ୍ରାନସନଙ୍କ ଭର୍ଜିନ୍ ଗାଲାକ୍ଟିକରେ ସନ୍ତୋଷ ମହାକାଶ ଯାତ୍ରା କରିବାକୁ ଯାଉଛନ୍ତି । ଏହି ଯାତ୍ରା ପାଇଁ ସନ୍ତୋଷ ୨.୫ ଲକ୍ଷ ଡଲାର ବ୍ୟୟ କରିଛନ୍ତି । ୨୦୦୭ରୁ ସନ୍ତୋଷ ଏହି ଯାତ୍ରା ପାଇଁ ଉପଲବ୍ଧ ଥିବା ସିଟ୍ ବୁକ କରି ସାରିଥିଲେ । ପ୍ରଥମ ଭାରତୀୟ ଭାବରେ ମହାକାଶକୁ ଯାଉଥିବା ସନ୍ତୋଷ ଖୁସି ଜାହିର କରିବା ସହିତ ମହାକାଶ ମାନବଜାତି ପାଇଁ ଅନ୍ୟତମ ବୃହତ ଜିନିଷ ହେବ ବୋଲି କହିଛନ୍ତି । ଆସନ୍ତା ୧୦୦ ବର୍ଷ ମଧ୍ୟରେ ପୃଥିବୀ ମଣିଷଙ୍କ ପାଇଁ ବାସୋପଯୋଗୀ ରହିବ କି ନାହିଁ ତାର କିଛି ଗ୍ୟାରେଣ୍ଟି ନାହିଁ । ଉଲ୍ଲେଖଯୋଗ୍ୟ ଯେ, ଭର୍ଜିନ ଗାଲାକ୍ଟିକର ଆମେରିକା ଏବଂ ମେକ୍ସିକୋରେ ରହିଥିବା କେନ୍ଦ୍ରରେ ପ୍ରଶିକ୍ଷଣ ନେଇ ସାରିଛନ୍ତି । ୧୯୯୭ରୁ ଭିଡିଓ ବ୍ଲଗର ଭାବରେ ବିଶ୍ୱ ଭ୍ରମଣ କରୁଥିବା ସନ୍ତୋଷ ମହାକାଶକୁ ମଧ୍ୟ କ୍ୟାମେରା ନେଇ ଯିବେ ବୋଲି କହିଛନ୍ତି ।

Get real time updates directly on you device, subscribe now.