fbpx

ନିବେଶକଙ୍କୁ ମାଲେମାଲ କରୁଛି ଏହି ଶେୟାର; ବର୍ଷକରେ ବଢିଲାଣି ୫୧୪%

ମୁମ୍ବାଇ: ହର୍ଷଦ ମେହେଟ୍ଟାଙ୍କ ଜୀବନି ଉପରେ ଆଧାରିତ ଶୋ ସ୍କାମ-୧୯୯୨ ଦେଖିଛନ୍ତି କି? ଯଦି ହଁ ତେବେ କହି ରଖିବାକୁ ଚାହୁଁଛୁ କସି ଏମିତି ଏକ ଶେୟାର ରହିଛି ଯାହା ନିଜର ନିବେଶକଙ୍କୁ କୋଟି କୋଟି ଟଙ୍କାର ଫାଇଦା ପ୍ରଦାନ କରିସାରିଛି । ଶେୟାର ବଜାରରେ ଯଦି ସଠିକ୍ ଶେୟାରରେ ନିବେଶ କଲେ ହିଁ ଫାଇଦା ମିଳିଥାଏ । ଏମିତି ଏକ ଶେୟାର ସମ୍ପର୍କରେ ଆଲୋଚନା କରିବା ଯେଉଁ ଶେୟାର ଏକ ବର୍ଷରେ ୫୧୪ ପ୍ରତିଶତର ଅଭିବୃଦ୍ଧି ହାସଲ କରିଛି । ଆଇଟି ଶେୟାର ମାଷ୍ଟେକର ଶେୟାର ମୂଲ୍ୟରେ ବିଗତ ୧ ବର୍ଷ ମଧ୍ୟରେ ୫୧୪ ପ୍ରତିଶତ ବଢିଛି । ୨୦୨୦ର ଜୁଲାଇ ମାସରେ ଏହି ଅଂଶଧନର ମୂଲ୍ୟ ମାତ୍ର ୪୨୩.୫୫ ପଇସା ରହିଥିବା ବେଳେ ମାତ୍ର ୧୨ ମାସ ମଧ୍ୟରେ ଏହାର ମୂଲ୍ୟ ୨୬୦୦ ଅତିକ୍ରମ କରିଛି । ଆଜିର ଦିନରେ ଏହି ଶେୟାରର ମୂଲ୍ୟ ୨୭୩୪.୨୦ ଟଙ୍କା ରହିଛି ।

୧ ଜାନୁୟାରୀ ୧୯୯୯ ମସିହାରେ ଏହି ଆଇଟି କମ୍ପାନୀର ଆଇପିଓ ଲଞ୍ଚ କରାଯାଇଥିଲା । ୬୪.୯୯ ଟଙ୍କାରେ ଏହି କମ୍ପାନୀର ଆଇପିଓ ଲଞ୍ଚ କରାଯାଇଥିଲା । ତେବେ ବିଗତ ୨୨ ବର୍ଷ ମଧ୍ୟରେ କମ୍ପାନୀର ଅଂଶଧନ ମୂଲ୍ୟ ୪୧୦୭.୧୧ ପ୍ରତିଶତର ଅଭିବୃଦ୍ଧି ହାସଲ କରିଛି । ଯଦି ଜଣେ ନିବେଶକ ଏହି ଶେୟାରରେ ୧ହଜାର ଟଙ୍କା ନିବେଶ କରିଥିବେ ତେବେ ସେ ବର୍ତ୍ତମାନ ୫୧୪୦୦ ଟଙ୍କାର ଲାଭ ହାସଲ କରି ପାରିବେ । ସେହିପରି ବିଗତ ତିନି ମାସ ମଧ୍ୟରେ ଏହାର ଶେୟାର ସଂଖ୍ୟାରେ ୮୨ ପ୍ରତିଶତ ଅଭିବୃଦ୍ଧି ଘଟିଥିବା ବେଳେ ଅଂଶଧନ ମୂଲ୍ୟରେ ୧୨୨ ପ୍ରତିଶତ ବୃଦ୍ଧି ଘଟିଛି ।

Get real time updates directly on you device, subscribe now.