fbpx

୧୪ ପୋଲିସଙ୍କୁ ପଦୋନ୍ନତି: କେନ୍ଦୁଝର ଡିଏସପି ହେଲେ ରମେଶ କୁମାର ମୁଖୀ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଡ଼ିଶା ପୋଲିସରେ ଏକ ବଡ ଧରଣର ପରିବର୍ତ୍ତନ କରାଯାଇଛି । ଦୁଇ ଜଣ ଅଧିକାରୀଙ୍କୁ ଡିଏସପି ପାହ୍ୟାକୁ ପଦୋନ୍ନତି ମିଳିଥିବା ବେଳେ ଦୁଇ ଜଣଙ୍କୁ ଡିୱାଇ ଏସପି ଓ ୧୦ ଜଣଙ୍କୁ ସହକାରୀ ଏସପି ପାହ୍ୟାକୁ ଉନ୍ନୀତ କରାଯାଇଛି । ଅନୁଗୁଳର ଡିୱାଇଏସପି ରହିଥିବା ରମେଶ କୁମାର ମୁଖୀଙ୍କୁ କେନ୍ଦୁଝର ଡିଏସପି ଭାବରେ ପଦୋନ୍ନତି ଦିଆଯାଇଛି । ସ୍ପେସିଆଲ ବ୍ରାଞ୍ଚ ଡିୱାଇ ଏସପି ରହିଥିବା ଅରୂପ କୁମାର କାନୁନଗୋଙ୍କୁ ସମାନ ବିଭାଗରେ ଡିଏସପି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି ।

ଆଠମଲିକ ଏସଡିପିଓ ଭବାନୀ ଶଙ୍କର ଉଗାତାଙ୍କୁ ଅନୁଗୁଳର ଏସଡିପିଓ ଭାବରେ ନିଯୁକ୍ତ କରାଯାଇଛି । ଭଦ୍ରକର ଦେବୀ ଶଙ୍କର ପ୍ରତାପଙ୍କୁ ଚାନ୍ଦବାଲିର ଏସଡିପିଓ ଭାବରେ ନିଯୁକ୍ତ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଉଦଳା ଏସଡିପିଓ କେଦାର ନାଥ ସାହୁଙ୍କୁ କମିଶନରେଟ ପୋଲିସରେ ଏସପି ପାହ୍ୟାକୁ ଉନ୍ନୀତ କରାଯାଇଛି । ଜଗତସିଂହପୁରର ଏସଡିପିଓ ପ୍ରିୟ ରଞ୍ଜନ ଶତପଥୀଙ୍କୁ ରାଜ୍ୟ ପୁଲିିସ ମୁଖ୍ୟାଳୟକୁ ଏସପି ପାହ୍ୟାକୁ ପଦୋନ୍ନତି ମିଳିଛି ।
ଏହା ବ୍ୟତୀତ ତପନ କୁମାର ମହାନ୍ତିଙ୍କୁ ସମ୍ବଲପୁର, ଉମାଶଙ୍କର ମହାରଣାଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟ, ହରେଶ ଚନ୍ଦ୍ର ପାଣ୍ଡେଙ୍କୁ କେନ୍ଦ୍ରାପଡା, ଇନ୍ଦ୍ରମଣୀ ବେହେରାଙ୍କୁ କେନ୍ଦ୍ରାପଡା, ଶିଶୁ ରଞ୍ଜନ ମହାନ୍ତିଙ୍କୁ ଢେଙ୍କାନାଳ ଓ ଉଗ୍ରସେନ ପ୍ରଧାନଙ୍କୁ ସୁନ୍ଦରଗଡକୁ ସହକାରୀ ଏସପି ଭାବରେ ବଦଳି କରାଯାଇଛି ।

Get real time updates directly on you device, subscribe now.