fbpx
BJD
BJD SKY
BJD SKY

ଟଳିଲା ବିପଦ; ପୃଥିବୀକୁ ଧକ୍କା ହେବନି ଉଲକାପିଣ୍ଡ

BJD

ଭୁବନେଶ୍ୱର (ଓଡ଼ିଶା ଭାସ୍କର):ପୃଥିବୀ ଆଡକୁ ମାଡି ଆସୁଥିବା ଉଲକାପିଣ୍ଡ ୨୦୦୮ଗୋ୨୦ ପୃଥିବୀକୁ ଧକ୍କା ଦେବ ନାହିଁ । ଷ୍ଟାଡିୟମ ଆକାରର ଏହି ଉଲକାପିଣ୍ଡଟି ଆସନ୍ତା ଶନିବାର ପୃଥିବୀକୁ ଅତିକ୍ରମ କରିବ । ୨୦୦୮ଗୋ୨୦ ନାମକ ଏହି ଉଲକାପିଣ୍ଡଟି ପୃଥିବୀକୁ ଅତିକ୍ରମ କରିଯିବ ମାତ୍ର ଧକ୍କା ଦେବାର ସମ୍ଭାବନା ନାହିଁ ବୋଲି ପଠାଣି ସାମନ୍ତ ପ୍ଲାନେଟୋରିୟମ ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଏହି ତାରକାର ବ୍ୟାସାର୍ଦ୍ଧ ୨୦ ମିଟର ରହିଥିବା ବେଳେ ଏହାର ଆକାର ଷ୍ଟାଡିୟମ ପରି ରହିଛି । ତେବେ ଏହାର ପରିସୀମାରେ ରହିଥିବା କିଛି ଆଷ୍ଟେରଏଡ୍ ଗୁଡିକ ଆପୋଲୋ ଶ୍ରେଣୀର । ଏହି ଶ୍ରେଣୀର ତାରକାକୁ ବିପଜ୍ଜନକ ଭାବରେ ଅଭିହିତ କରାଯାଇଥାଏ । ପୃଥିବୀ ସହିତ ଧକ୍କା ହେଲେ ଏହା ପ୍ରଭୃତ କ୍ଷତି ଘଟାଇବାର ସମ୍ଭାବନା ରହିଥିଲା । ତେବେ ୨୫ ତାରିଖ ଏହି ଉପଗ୍ରହଟି ପୃଥିବୀର ସବୁଠାରୁ ନିକଟତର ହେବ । ୨୫ ତାରିଖ ରାତି ୧୧.୨୧ ମିନିଟରେ ଏହି ଗ୍ରହାଣୁ ପୃଥିବୀ ଠାରୁ ୪୫ ଲକ୍ଷ କିମି ଦୂରରେ ଥିବ । ପୃଥିବୀ ଓ ଚନ୍ଦ୍ର ମଧ୍ୟରେ ରହିଥିବା ଦୂରତାର ଏହା ୧୧ରୁ ୧୨ ଗୁଣ ଅଧିକ ।

ଏହି ଉଲକାପିଣ୍ଡଟି ପୃଥିବୀ ଆଡକୁ ୮ କିମି ପ୍ରତି ସେକେଣ୍ଡ ବେଗରେ ମାଡି ଆସୁଥିବା ବେଳେ ଏହାର ଘଣ୍ଟାପ୍ରତି ବେଗ ୨୮୮୦୦ କିମି ରହିଛି । ଷ୍ଟାଡିୟମ ଆକାରର ଏହି ଉଲକାପିଣ୍ଡଟି ପୃଥିବୀ ଠାରୁ ୨୮୭୦୮୪୭୬୦୭ କିମି ଦୂରରେ ରହିଛି । ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ୨୦୬୮ ପର୍ଯ୍ୟନ୍ତ ପୃଥିବୀକୁ କୌଣସି ବଡ ଗ୍ରହାଣୁଠାରୁ ବିପଦ ନଥିବା କୁହାଯାଇଛି ।

Get real time updates directly on you device, subscribe now.