fbpx

ଭୁବନେଶ୍ୱର ଟ୍ରାଫିକ୍ ପୋଲିସ୍ ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୁରୁବାର ଭୁବନେଶ୍ୱର ଟ୍ରାଫିକ୍ ତରଫରୁ ଏକ ସେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଏହି ରକ୍ତଦାନ ଶିବିର ଆଇଆରସିଏସର ସହଭାଗୀତାରେ ଆୟୋଜିତ ହୋଇଥିଲା । ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ପୋଲିସ କମିଶନର ରେଖା ଲୋହାନୀ, ଆଇପିଏସ୍ ଡ. ଉମାଶଙ୍କର ଦାସ, କଟକ ଡିସିପି ପ୍ରତୀକ ସିଂହ ପ୍ରମୁଖ ଯୋଗଦେଇଥିଲେ। ଡିସିପି(ଆର୍ମ୍ଡ) ନିର୍ମଳ କୁମାର ସତପଥୀ, ଡିସିପି ବିଜୟ କୁମାର ସାହୁ, ଟ୍ରାଫିକ ଡିସିପି କେ କେ ପାଣିଗ୍ରାହୀ, ଏସିପି ଏବଂ ଯୁଗ୍ମ ସଚିବ ଲଲିତେନ୍ଦୁ ମହାନ୍ତି ଏବଂ ଟ୍ରାଫିକ୍ ଇନସ୍ପେକ୍ଟର ସୁରେନ୍ଦ୍ର କୁମାର ଉପସ୍ଥିତ ରହିଥିଲେ । ମୋଟ ୬୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । କଟକର ରେଡ କ୍ରସ୍ ଏହି ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ କରିଥିଲା। କମିଶନର୍ ପୋଲିସ୍ ଅନ୍ୟ ମାନ୍ୟ ଗଣ୍ୟ ବ୍ୟକ୍ତିଙ୍କ ସହ ପ୍ରମାଣପତ୍ର ଏବଂ ବ୍ୟାଜ୍ ବଣ୍ଟନ କରିଥିଲେ ।

Get real time updates directly on you device, subscribe now.