fbpx

ମୁହଁରେ ଆସୁଥିଲା ବ୍ରଣ, ଶେଷରେ ନେଲେ ଏମିତି ପଦକ୍ଷେପ…

ଲକ୍ଷେ୍ନø: ମୁହଁରେ ଦାଗ ବା ବ୍ରଣକୁ ନେଇ ଅନେକ ଚିନ୍ତିତ ଥା’ନ୍ତି । ଖାସ୍ କରି ମହିଳାମାନେ ମୁହଁରେ କୌଣସି ପ୍ରକାର ଦାଗ ବା ବ୍ରଣକୁ ନେଇ ଅଧିକ ଚିନ୍ତିତ ଥା’ନ୍ତି । କିନ୍ତୁ କେବେ ଭାବିଛନ୍ତି କି’ ବ୍ରଣ କେବେ କାହାର ଆତ୍ମହତ୍ୟାର କାରଣ ହୋଇପାରେ । ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ବ୍ରଣ ଯୋଗୁଁ ଜଣେ ମହିଳା ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି ।

ଘଟଣା ହେଉଛି ଉତ୍ତରପ୍ରଦେଶ ବାନ୍ଦା ଜିଲ୍ଲାର । ଏଠାରେ ଜଣେ ଯୁବତୀ ମୁହଁରେ ବ୍ରଣ କାରଣରୁ ଅଧିକ ବ୍ୟଥିତ ହୋଇ ଆତ୍ମହତ୍ୟା କରିଛନ୍ତି । କୁହାଯାଉଛି ଯେ ବ୍ରଣ ଯୋଗୁଁ ବାରମ୍ବାର ମହିଳାଙ୍କର ବାହାଘର ଭାଙ୍ଗୁଥିଲା, ଯାହାକୁ ନେଇ ଚିନ୍ତିତ ରହୁଥିଲେ ମହିଳା । ଆଉ ଏହିଭଳି ବାରମ୍ବାର ବାହାଘର ଭାଙ୍ଗିବା ଯୋଗୁଁ ଆତ୍ମହତ୍ୟା କରିଥିଲେ ମହିଳା ।

ସେପଟେ ପରିବାର ଲୋକଙ୍କ କହିବା ଅନୂଯାୟୀ ଝିଅର ଚିକିତ୍ସା ପାଇଁ ଅନେକ ଚିକିତ୍ସା ମଧ୍ୟ କରାଇଥିଲେ । କିନ୍ତୁ କୌଣସି ଲାଭ ହେଉନଥିଲା । ଆଉ ବାରମ୍ବାର ବାହାଘର ଭାଙ୍ଗୁଥିଲା ଯାହାକୁ ନେଇ ଶେଷରେ ବେକର ରଶି ଲଗାଇ ଆତ୍ମହତ୍ୟା କରିଥିଲେ ମହିଳା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଥିଲା ।

Get real time updates directly on you device, subscribe now.