fbpx

ଟଙ୍କା ଆସିବା ଖୁସିରେ ଏଟିଏମ୍ ମେସିନ୍ ସାମନାରେ ନାଚିଲେ ଯୁବତୀ, ଭାଇରାଲ୍ ହେଉଛି ମଜାଦାର୍ ଭିଡିଓ

ନୂଆଦିଲ୍ଲୀ: ଟଙ୍କା ଆସିଲେ କିଏ ବା ଖୁସି ନହୁଏ । ଟଙ୍କା ଏକ ଏମିତି ଜିନିଷ ଯାହା ପ୍ରତିଟି ମୁହୁର୍ତ୍ତରେ ମଣିଷର କାମରେ ଆସିଥାଏ । ତେବେ ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କ ଏକ ମଜାଦାର୍ ଭିଡିଓ ଭାଇରାଲ୍ ହେଉଛି । ଯେଉଁଥିରେ ଯୁବତୀ ଜଣକ ଏଟିଏମ୍ ମେସିନ୍ ରେ ଟଙ୍କା ବାହାର କରିବା ବେଳେ ଖୁସିରେ ନାଚୁଛନ୍ତି । ତେବେ ଭିଡିଓଟିକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି । ଇନଷ୍ଟାଗ୍ରାମରେ ଭିଡିଓଟି ୧୨ ଲକ୍ଷରୁ ଅଧିକ ଲୋକ ଦେଖିଛନ୍ତି ଓ ଲାଇକ୍ ମଧ୍ୟ କରିଛନ୍ତି ।

ଭାଇରାଲ୍ ଭିଡିଓରେ ଝିଅଟି ଏଟିଏମ୍ ମେସିନ୍ ସାମନାରେ ଟଙ୍କା ବାହାର କରୁଛି ଓ ଖୁସିରେ ନାଚିବାକୁ ଲାଗୁଛି । ଏଟିଏମ୍ ରେ ଲାଗିଥିବା ସିସିଟିଭି ଫୁଟେଜରେ ଝିଅଟିର ମଜାଦାର୍ ଡ୍ୟାନ୍ସିଂ ଦୃଶ୍ୟ କଏଦ୍ ହୋଇଛି । ତେବେ ଝିଅଟି କିଏ ସେ ବିଷୟରେ ଏବେ କୌଣସି ସୂନଚା ନାହିଁ ।

 

View this post on Instagram

 

A post shared by memes | news | comedy (@ghantaa)

Get real time updates directly on you device, subscribe now.