fbpx

ସମ୍ବଲପୁରରେ ଲିଫ୍ଟି ଦେଇ ଯୁବତୀଙ୍କୁ ଗଣଦୁସ୍କର୍ମ, ତିନି ଜଣଙ୍କୁ ଗିରଫ କଲା ପୋଲିସ

Advertisement

ସମ୍ବଲପୁର: ସାହାଯ୍ୟ କରିବାକୁ ଲିଫ୍ଟି ଦେଇ ଲୁଟିନେଲେ ଯୁବତୀଙ୍କ ଇଜ୍ଜତ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର କୁଚିଣ୍ଡାରେ। ମାମଲା ସମ୍ପର୍କରେ ଯୁବତୀ ଜଣକ ଗୋବିନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତିନି ଜଣଙ୍କୁ ସନ୍ଦିଗ୍ଧଙ୍କୁ ଅଟକ ରଖିଛି।

ସୂଚନା ଅନୁଯାୟୀ ୨୧ ବର୍ଷିୟ ଯୁବତୀ ଜଣକ ବୁଧବାର ଦିନ ତଙ୍ଗରମୁଣ୍ଡା ଏସ୍‌ବିଆଇ ବ୍ୟାଙ୍କ ଯାଇଥିଲେ। ସେଠାରୁ ଫେରିବା ପାଇଁ ସେ ଅପେକ୍ଷା କରିଥିବା ବେଳେ ଦୁଇ ଯୁବକ ତାଙ୍କୁ ଲିଫ୍ଟରେ ତାଙ୍କ ସହିତ ଯିବାକୁ ଡାକିଥିଲେ। ପରେ ସେଇ ଦିନ ରାତିରେ ଦୁଇ ଯୁବକ ଅନ୍ୟ ମାନଙ୍କ ସହିତ ମିଶି ତାଙ୍କୁ ଅଲଗା ଅଲଗା ସ୍ଥାନରେ ଦୁସ୍କର୍ମ କରିଥିଲେ । ପରେ ଅନ୍ୟ ଜଣେ ଯୁବକ ତାଙ୍କୁ ଏକ କାର୍‌ରେ ଦୁସ୍କର୍ମ କରିଥିଲେ।

ତେବେ ଏହି ଘଟଣାର ତଦନ୍ତ ଜଣେ ଡିଏସ୍‌ପି ସ୍ତର ଅଧିକାରୀଙ୍କ ନେତୃତ୍ୱରେ ହେଉଥିବା ବେଳେ ଘଟଣାରେ ବ୍ୟବହୃତ ଏକ କର୍ ଜବତ କରିବା ସହିତ ପୋଲିସ ଅଧିକ ତଦନ୍ତ କରୁଥିବା କୁଚିଣ୍ଡା ସିଡିପିଓ ଅମିତାଭ ପଣ୍ଡା ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.