fbpx

ବିବାହପରେ ଝିଅମାନଙ୍କ ଶରୀରରେ ଦେଖା ଦେଇଥାଏ ଏହି ପରିବର୍ତ୍ତନ; ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ପ୍ରତ୍ୟେକ ଝିଅ ତାର ବିବାହକୁ ନେଇ ଅନେକ କିଛି ସ୍ୱପ୍ନ ଦେଖିଥାଏ । ଝିଅଟି ଚାହିଁଥାଏ କି ତାକୁ ଏପରି ଏକ ଜୀବନସାଥୀ ମିଳୁ ଯିଏ ତାର ଯତ୍ନ ନେଉଥିବ ଭଳପାଉଥିବ, ସମ୍ନାନ ଦେଉଥି ଏବଂ ମନକଥା ବୁଝିପାରୁଥିବ । କିନ୍ତୁ ବିବାହପରେ ଝିଅର ପ୍ରକୃତ ଯୁଦ୍ଧ ଆରମ୍ଭ ହୋଇଥାଏ । କାରଣ ବିବାହ ପରେ ଜଣେ ଝିଅ ନିକଟରେ ଅନେକ କିଛି ପରିବର୍ତ୍ତନ ଆସିଥାଏ । ଫଳରେ ସେ ପ୍ରତିଟି ମୁହୁର୍ତ୍ତରେ ଏହି ପିରବର୍ତ୍ତନକୁ ନେଇ ଚିନ୍ତାରେ ରହିବା ସହ କିଛି କ୍ଷେତ୍ରରେ ଭୟଭିତ ଏବଂ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଏ । କିନ୍ତୁ ବିଶେଷଜ୍ଞମାନଙ୍କ ମତରେ ଏହା ଏକ ସାଧାରଣ ଏବଂ ସ୍ୱଭାବିକ କଥା ତେଣୁ ଏହି ପରିବର୍ତ୍ତନରେ କୌଣସି ଝିଅ ଭୟଭିତ ହେବା ଆବଶ୍ୟକ ନାହିଁ । ବର୍ତ୍ତମାନ ଆସନ୍ତୁ ଜାଣିବା ବିବାହ ପରେ ଜଣେ ଝିଅ ମଧ୍ୟରେ କେଉଁ ସବୁ ପରିବର୍ତ୍ତନ ଆସିଥାଏ ।

ବିବାହ ପରେ ଆସିଥାଏ ଏହି ପରିବର୍ତ୍ତନ:

ତେବେ ବୈଜ୍ଞାନିକମାନଙ୍କ ମତରେ ବିବାହ ପରେ ଜଣେ ଝିଅର ମାନସିକ ଶାରିରୀକ ଏବଂ ଭାବନାତ୍ମକ କ୍ଷେତ୍ରରେ ପରିବର୍ତ୍ତନ ଆସିଥାଏ । କାରଣ ଜଣେ ଝିଅର ଶରୀର ରିପ୍ରଡକ୍ଟସନ ବା ପ୍ରଜଜନ ପାଇଁ ତିଆରୀ ହୋଇଥାଏ । ଫଳରେ ଝିଅର ଯୌନ ଅବସ୍ଥା ଆରଣଅବ ହେଲେ ତା ଶରୀରରେ ଡିମ୍ବାଣୁ ତିଆରି ହେବାର ପ୍ରକିୟା ଆରମ୍ଭ ହୋଇଯାଏ । ଏଥିସହିତ ପିରିୟଡସ୍ ମଧ୍ୟ ଆରମ୍ଭ ହୋଇଥାଏ ଏବଂ ତାର ଗର୍ଭଧାରଣ କରିବାର କ୍ଷମତା ମଧ୍ୟ ଆସିଥାଏ । କିନ୍ତୁ ବିବାହ ପରେ ଏହି ସବୁ କ୍ଷତ୍ରରେ ମଧ୍ୟ ପରିବର୍ତ୍ତନ ହୋଇଥାଏ । ତେବେ ଆସନ୍ତୁ ଜାଣିବା ବିବାହ ପରେ ଆଉ କେଉଁସବୁ କ୍ଷେତ୍ରରେପରିବର୍ତ୍ତନ ଆସିଥାଏ ।

-ବିବାହ ପରେ ଝିଅମାନଙ୍କ ଶରୀରରେ ହରମୋନାଲ ଚେଞ୍ଜସ୍ ହୋଇଥାଏ । ଏହି କାରଣରୁ ଶରୀରରେ ଫ୍ୟାଟ୍ ବୃଦ୍ଧି ପାଇଥାଏ । ଏଥିସହିତ ଅଧିକ ଭୋକ ଲାଗିବା ସହ ମୋଟାପଣ ମଧ୍ୟ ବୃଦ୍ଧି ପାଇଥାଏ ।

-ବିଶେଷଜ୍ଞମାନଙ୍କ ମତରେ ବିବାହ ପରେ ଝିଅମାନଙ୍କ ଶରୀରରେ ଏଷ୍ଟ୍ରୋଜେନ ନାମକ ହରମୋନ ବଢିଯାଏ । ଫଳରେ କେଶ ଲମ୍ଭା ଓ କଳା ହେବା ସହ ହୃଦଘାତ ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଥାଏ ।

-ବିବାହପରେ ଝିଅମାନଙ୍କ ଶରୀରରେ ଏପରି କିଛି ହରମୋନ୍ ନିର୍ଗତ ହୋଇଥାଏ, ଯେଉଁ କାରଣରୁ ତ୍ୱଚା କୋମଳ, ଗ୍ଲୋଇଙ୍ଗ ଏବଂ ସ୍ୱାସ୍ଥ୍ୟ ମଧ୍ୟ ଭଲ ହୋଇଥାଏ ।

-ହରମୋନ୍ ପରିବର୍ତ୍ତନ ହେତୁ ମହିଳାମାନଙ୍କଠାରେ ପିମ୍ପଲ୍ ସମସ୍ୟା ଦେଖାଦେଇଥାଏ । ମହିଳାମାନେ ଜନ୍ମ ନିୟନ୍ତ୍ରଣ ବଟିକା ଖାଇଲେ ମଧ୍ୟ ସେମାନଙ୍କର ବ୍ରଣ ସମସ୍ୟା ଦେଖାଦେଇଥାଏ ।

-ରମୋନର ସକ୍ରିୟତା ହେତୁ ମସ୍ତିଷ୍କ ପୂର୍ବ ଅପେକ୍ଷା ଅଧିକ ସକ୍ରିୟ ଏବଂ ସୁସ୍ଥ ହୋଇଯାଏ ।

-ଯଦିଓ ମହିଳାମାନଙ୍କର ଋତୁସ୍ରାବ ପର୍ୟ୍ୟାୟ ଚକ୍ରରେ କୌଣସି ପରିବର୍ତ୍ତନ ହୁଏ ନାହିଁ । କିନ୍ତୁ ବିବାହ ପରେ ହରମୋନ୍ ସକ୍ରିୟ ହେବା ହେତୁ ସେଗୁଡିକ ବିଳମ୍ବ ହୋଇପାରେ କିମ୍ବା ଏହା ପୂର୍ବରୁ ହୋଇପାରେ ।

Get real time updates directly on you device, subscribe now.