୨୪ ଘଣ୍ଟାରେ ନିଷ୍ପତି ନିଅନ୍ତୁ, ନଚେତ୍ ଆମେ ଆମର ପଦକ୍ଷେପ ନେବୁ

ତେଲେଙ୍ଗାନା ସରକାରଙ୍କ ନୂତନ କୃଷି ଆଇନକୁ ଭୁଲ ଦର୍ଶାଇ ଅଗ୍ରହ୍ୟ କରିବାର ମାସକ ପରେ କେନ୍ଦ୍ର ସରକାରଙ୍କ ସହିତ ମୁହାଁମୁହିଁ ହୋଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ର ଶେଖର ରାଓ। ତାଙ୍କ ରାଜ୍ୟଠୁ ଚାଉଳ କିଣିବାକୁ ଦିଲ୍ଲୀରେ ଆନ୍ଦୋଳନ ଆରମ୍ଭ କରିଛନ୍ତି କେସିଆର ।

ସେ କହିଛନ୍ତି ଯେ ଯଦି ପ୍ରଧାନମନ୍ତ୍ରୀ ଚାହୁଁଛନ୍ତି ମୋତେ ଗିରଫ କରନ୍ତୁ । ମୁଁ ତାଙ୍କୁ ଏବଂ କେନ୍ଦ୍ର ଖାଦ୍ୟ ମନ୍ତ୍ରୀ ପିୟୁଷ ଗୋୟେଲଙ୍କୁ ହାତ ଯୋଡ଼ି କହୁଛି । ଦୟାକରି ଆମର ଖାଦ୍ୟଶସ୍ୟ କଣ ନିଅନ୍ତୁ। ଆମେ କେନ୍ଦ୍ର ସରକାରଙ୍କୁ ୨୪ ଘଣ୍ଟା ସମୟ ଦେଇଛୁ । ଏହାରି ଭିତରେ ସେ ତାଙ୍କର ନିଷ୍ପତି ନିଅନ୍ତୁ, ନଚେତ୍ ଆମେ ଆମର ପଦକ୍ଷେପ ନେବୁ । ଗଲା କିଛି ମାସ ଧରି କେସିଆର ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟ ସହିତ ଯଡ଼ିତ ତଥା ଅନ୍ୟ କିଛି ପ୍ରସଙ୍ଗରେ ସମାଲୋଚନା କରୁଛନ୍ତି ।

ତେଲେଙ୍ଗାନା ତାର ଅଧିକାର ମାଗୁଛି । ମୁଁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରୁଛି ଯେ ସେ ଏକ ନୂତନ କୃଷି ଆଇନ ଆଣନ୍ତୁ । ଆମେ ଏଥିରେ ସହଯୋଗ କରିବୁ । ଯଦି ତୁମେ ଏହା କରିପାରିବ ନାହିଁ ତେବେ ଆପଣଙ୍କୁ ଜନତା ସରକାରରୁ ହଟାଇ ଦେବେ । ଏବଂ ନୂତନ ସରକାର ଏକ ନୂତନ କୃଷି ଆଇନ୍ ପ୍ରଚଳନ କରିବେ । ସରକାର ଦୟାକରି କୃଷକ ମାନଙ୍କ ଭାବନା ସହିତ ଖେଳନ୍ତୁ ନାହିଁ ।

ତେଲେଙ୍ଗାନା ରାଷ୍ଟ୍ର ସମିତି(ଟିଆରଏସ) ନେତାମାନେ ମୁଖ୍ୟମନ୍ତ୍ରୀ କେସିଆରଙ୍କ ନେତୃତ୍ୱରେ ଦିଲ୍ଲୀରେ ଆଜିଠୁ ଆନ୍ଦୋଳନ ଆରମ୍ଭ କରିଛନ୍ତି । ରାଜ୍ୟଠୁ ୧୫ ଲକ୍ଷ ଟନ୍ ଉସୁନା ଚାଉଳ କେନ୍ଦ୍ର ସରକାର କିଣନ୍ତୁ ବୋଲି ସେ ଦାବି କରୁଛନ୍ତି । ପାର୍ଟିର ବିଧାୟକ, କ୍ୟାବିନେଟ ମନ୍ତ୍ରୀମାନେ ଏହି ଧାରଣାରେ ସାମିଲ ହୋଇଛନ୍ତି ।