fbpx

ରଣଜୀ ଟ୍ରଫି କ୍ରିକେଟ୍‌ ଏଲିଟ୍‌ ଗ୍ରୁପ ମ୍ୟାଚ୍‌: ଗୋଆକୁ ୧୮୧ ରନରେ ଅଲଆଉଟ କଲା ଓଡ଼ିଶା, ବସନ୍ତ ନେଲେ ୩ ୱିକେଟ୍‌

ଅହମଦାବାଦ: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଢିୟମରେ ଗୁରୁବାର ଦିନ ଆରମ୍ଭ ହୋଇଛି ଏଲିଟ ଗ୍ରୁପ- ଡି ରଣଜୀ ଟ୍ରଫି କ୍ରିକେଟ ମ୍ୟାଚ । ପ୍ରଥମେ ବ୍ୟାଟିଂ କରିଥିବା ଗୋଆକୁ ୧୮୧ ରନରେ ଅଲଆଉଟ କରିଛି ଓଡିଶା । ସେହିପରି ଓଡିଶା ପ୍ରଥମ ଇନିଂସ ଆରମ୍ଭ କରି ପ୍ରଥମ ଦିନ ଷ୍ଟମ୍ପ ଅପସାରଣ ବେଳକୁ ୩ ୱିକେଟ ହରାଇ କରିଛି ୨୩ ରନ । ଅଧିନାୟକ ଶୁଭ୍ରାଂଶୁ ସେନାପତି ୨୯ ବଲରୁ ୧୪ ରନ କରି ଅପରାଜିତ ଅଛନ୍ତି । ଶାନ୍ତନୁ ମିଶ୍ର ୬, ଅନୁରାଗ ଷଡଙ୍ଗୀ ୧ ଓ ସନ୍ଦି ପଟ୍ଟନାୟକ କୌଣସି ରନ ପନ କରି ଆଉଟ ହୋଇଛନ୍ତି ।

ଟସ୍‌ ଜିତିବା ପରେ ଓଡିଶା ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ଓଡିଶା ବୋଲିଂକୁ ସଠିକ ମୁକାବିଲା କରି ନ ପାରି ଗୋଆରେ କେବଳ ୧୮୧ ରନରେ ସୀମିତ ହୋଇ ଯାଇଥିଲା । ଓଡିଶାର ୩୩ ବର୍ଷୀୟ ପେସ୍‌ ବୋଲର ବସନ୍ତ ମହାନ୍ତି ୩ ୱିକେଟ ଅକ୍ତିଆର କରିବା ସହ ପ୍ରଥମ ଶ୍ରେଣୀ କ୍ରିକେଟରେ ୧୦୦ ୱିକେଟ ପୂରଣ କରିଛନ୍ତି ।

Get real time updates directly on you device, subscribe now.