fbpx

କରୋନା କବଜାରେ ଗୋଆ ମୁଖ୍ୟମନ୍ତ୍ରୀ

ପାନାଜି, ୨ା୯: ଦେଶରେ ଦିନକୁ ଦିନ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ନେତାଠାରୁ ମନ୍ତ୍ରୀ କରୋନା କବଜାକୁ ଆସୁଥିବା ବେଳେ ଆଜି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱାନ୍ତଙ୍କୁ କରୋନା ହୋଇଥିବା ସୂଚନା ମିଳିଛି । ତାଙ୍କୁ କରୋନା ହୋଇଥିବା ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ଏହାସହ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସେ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.