fbpx
BJD
BJD SKY
BJD SKY

ପ୍ରମୋଦ ସାୱନ୍ତ ପୁଣି ହେଲେ ଗୋଆର ମୁଖ୍ୟମନ୍ତ୍ରୀ, ୮ ମନ୍ତ୍ରୀଙ୍କ ସହ ନେଲେ ଶପଥ

ପାଣାଜୀ: ପ୍ରମୋଦ ସାୱନ୍ତ ଲଗାତାର ଦ୍ୱିତୀୟ ଥର ପାଇଁ ଗୋଆର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ପାଣାଜୀର ଶ୍ୟାମ ପ୍ରସାଦ ମୁଖାର୍ଜୀ ଷ୍ଟାଡିଅମରେ ସେ ୮ ମନ୍ତ୍ରୀଙ୍କ ସହ ଶପଥ ଗ୍ରହଣ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନ୍ୟ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ଥିଲେ ।

ତେବେ ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ୨୦ଟି ଆସନରେ ବିଜୟ ଲାଭ ଜିତିଛି, ଯାହା ୪୦ ସଦସ୍ୟ ବିଶିଷ୍ଟ ଗୃହରେ ଗୋଟିଏ କମ୍ । ୩ ନିର୍ଦ୍ଦଳୀୟ ବିଧାୟକ ଓ ଏମଜିପିର ୨ ବିଧାୟକ ବିଜେପିକୁ ସମର୍ଥନ କରିଛନ୍ତି । ଅନ୍ୟପଟେ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ନିତିନ୍ ଗଡ଼କରୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ହିବାଚଳ ପ୍ରଦେଶର ରାଜ୍ୟପାଳ ରାଜେନ୍ଦ୍ର ଅର୍ଲିକର ଓ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ରଙ୍କ ସମେତ ବହୁ ନେତା ସାମିଲ ହୋଇଥିଲେ । ପୂର୍ବରୁ ୨୦୧୨ରେ ମନୋହର ପାରିକର ରାଜ୍ୟ ରାଜଧାନୀ ପଣାଜିର କ୍ୟାମ୍ପଲ ମଇଦାନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ପାରିକରଙ୍କ ଅକାଳ ବିୟୋଗ ପରେ ମାର୍ଚ୍ଚ ୨୦୧୯ରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ପ୍ରମୋଦ ସାୱନ୍ତ।

Get real time updates directly on you device, subscribe now.