ମାଲକାନଗିରିରେ ଜୁଆ ଖେଳୁଥିଲା ଛେଳି! ବାନ୍ଧିଲା ପୋଲିସ

ମାଲକାନଗିରି: ମାଲକାନଗିରି ଗୌଡ଼ଗୁଡ଼ାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଜୁଆ ଆଡ଼ାରେ ଗତକାଲି ରାତିରେ ପୋଲିସ ଚଢ଼ାଉ କରିଥିବାବେଳେ ଛେଳିକୁ ଅଟକ ରଖାଯାଇଛି ।

ସ୍ଥାନୀୟ ଅଞ୍ଚଳରେ ଆଦିବାସୀ ଯାତ୍ରା ହେଉଥିବାବେଳେ ଜୁଆ ଆଡ୍ଡା ପଡ଼ିଥିଲା । ଯାହାର ସୂଚନା ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ପୋଲିସକୁ ଦେଖି ଜୁଆ ଖେଳୁଥିବା ଲୋକ ଫେରାର ହୋଇଯାଇଥିଲେ ।ସେଠାରେ ଏକ ଛେଳି ବନ୍ଧା ହୋଇଥିଲା, କୁହାଯାଉଛି ଛେଳିଟି ୨୦ ହଜାର ଟଙ୍କାର ବାଜି ଲାଗିଥିଲା ।

କାହାକୁ ନ ପାଇ ପୋଲିସ ଘଟଣାସ୍ଥରୁ ଛେଳିଟିକୁ ଉଠେଇ ଆଣିଥିଲା ।

ବାଇକ୍, ମାଇକ୍ ଭଳି ସାମଗ୍ରୀ ମଧ୍ୟ ପୋଲିସ ଜବତ କରିଛି । ସୂଚନା ମୁତାବକ ଆଜି ଛେଳିଟିକୁ ତା’ ମାଲିକଙ୍କ ଜିମା ଦେବାର ଅଛି । ହେଲେ ମାଲକାନଗିରି ଥାନା ପକ୍ଷରୁ ଏ ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ ।