fbpx

ଭଲ ଲୋକଙ୍କୁ ଭଗବାନ ଜଲଦି ପାଖକୁ ଡ଼ାକି ଦିଅନ୍ତି, ସିଦ୍ଧାର୍ଥ ଶୁକ୍ଳା ମୃତ୍ୟୁରେ ସୁଶାନ୍ତ ସିଂ ରାଜପୁତ ଭଉଣୀ ଶ୍ୱେତା କ୍ରିତି

ମୁମ୍ବାଇ: ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଗୁରୁବାର ଦିନ ଶେଷ ନିଶ୍ୱାସ ତ୍ୟାଗ କରିିଛନ୍ତି । ଏହାକୁ ନେଇ ଏବେ ବଲିଉଡ୍ ଇଣ୍ଡଷ୍ଟ୍ରୀରେ ଶୋକର ମାହୋଲ ଦେଖା ଦେଇଛି । ଗତକାଲି ସିଦ୍ଧାର୍ଥଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଏଥିରେ ତାଙ୍କ ବନ୍ଧୁ ଠାରୁ ଆରମ୍ଭ କରି ସମ୍ପର୍କୀୟ ରହିଥିଲେ । ତେବେ ତାଙ୍କ ମୃତ୍ୟୁପରେ ଫ୍ୟାନ୍ସ ମାନେ ସ୍ତବ୍ଧ ହୋଇଯାଇଛନ୍ତି । ସେମାନେ ଏହାକୁ ସହଜରେ ଗ୍ରହଣ କରିପାରନ୍ତି ନାହାନ୍ତି । ତେବେ ଇତି ମଧ୍ୟରେ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ଙ୍କ ଭଉଣୀ ଇନଷ୍ଟାଗ୍ରାମରେ ଏହି ପରିପ୍ରେକ୍ଷୀରେ ଦୁଃଖ ପ୍ରକାଶ କରି ଲେଖିଛନ୍ତି । ଏଥିସହିତ ସେ ତାଙ୍କ ଭାଇଙ୍କୁ ବି ମନେ ପକାଇ ଏକ ଇମୋସନାଲ୍ ପୋଷ୍ଟ କରିଛନ୍ତି ।

ସେ ଲେଖଚନ୍ତି ଯେ, “ଆମେ ସିଦ୍ଧାର୍ଥଙ୍କୁ ଖୁବ୍ ମନେ ପକାଇବୁ । ତୁମେ ଖୁବ୍ ଜଲଦି ଛାଡ଼ି ଚାଲିଗଲ । ଆଶା କରୁଛୁ ତୁମର ଆତ୍ମାକୁ ଶାନ୍ତି ମିଳୁ । ମୋତେ ଆଶ୍ଚର୍ଯ୍ୟ ଲାଗୁଛି ଯେ, ଭଗବାନ ସମସ୍ତ ଭଲ ଲୋକଙ୍କୁ ଖୁବ୍ ଶୀଘ୍ର ନିଜ ପାଖକୁ ଡାକି ନେଉଛନ୍ତି!” । ଅନ୍ୟପଟେ ସୁଶାନ୍ତଙ୍କ ମୃତ୍ୟୁକୁ ଦେଢ଼ ବର୍ଷ ବିତିବା ପରେ ଫ୍ୟାନ୍ସ ମାନେ ତାଙ୍କୁ ଆଜି କି ମନେ ପକାଉଛନ୍ତି । ତାଙ୍କ ପ୍ରଶଂସକ ମାନେ ଭୁଲି ପାରିନାହାନ୍ତି ।

Get real time updates directly on you device, subscribe now.