(Video) ବ୍ରହ୍ମାଣ୍ଡ ଭିତରେ ‘ଭଗବାନଙ୍କ ହାତ’… ନାସାର ଫଟୋ ଦେଖି ଭୟରେ ବିଶ୍ୱବାସୀ

ଓଡ଼ିଶା ଭାସ୍କର: ଆମେରିକାର ଅନ୍ତରୀକ୍ଷ ଏଜେନ୍ସି ନାସା ବର୍ତ୍ତମାନ ବିଶ୍ୱବ୍ରହ୍ମାଣ୍ଡର ଏକ ନୂଆ ଭିଡିଓ ଜାରି କରିଛି । ତେବେ ଏହି ଫଟୋକୁ ଦେଖି ସାରା ବିଶ୍ୱରେ ଭୟର ବାତାବରଣ ଖେଳିଯାଇଛି । କାରଣ ବ୍ରହ୍ମାଣ୍ଡର ଏହି ଫଟୋରେ ଦେଖିବାକୁ ମିଳିଛି ସ୍ୱୟଂ ‘ଭଗବାନଙ୍କ ହାତ’ । ଏହା ସ୍ପାଇରାଲ ଗ୍ୟାଲେକ୍ସି ଆଡ଼କୁ ବଢୁଥିବା ବେଳେ ଏହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବା ପରେ ଅନେକ ଲୋକ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । କିଛି ଲୋକ ଅନ୍ତରୀକ୍ଷରେ ଭଗବାନଙ୍କ ଦର୍ଶନ ହେଉଥିବା ମଧ୍ୟ କହିଛନ୍ତି ।

ଅନେକ ସମୟରେ ନାସା ବିଶ୍ୱବ୍ରହ୍ମାଣ୍ଡ ବିଭିନ୍ନ ଦୃଶ୍ୟ ସେୟାର କରିଥାଏ । ତେବେ ଗତ ମେ’ ୬ ତାରିଖରେ ଏକ ଫଟୋ ଉଠାଇଛି ନାସା । ତେବେ ଏହି ଫଟୋ ସୋସିଆଲ ମିଡିଆରେ ସେୟାର କରିବା ପରେ ଏହା ଖୁବ ଆଲୋଚନା ହେବାରେ ଲାଗିଛି । ଏହି ଫଟୋରେ ହାତମୁଠା ଆକୃତିର ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଏହାହ ବ୍ରହ୍ମାଣ୍ଡର ସ୍ପାଇରାଲ ଗ୍ୟାଲେକ୍ସିକୁ ଧରିବା ପାଇଁ ଉଦ୍ୟମ କରୁଥିବା ଭଳି ମନେ ହେଉଛି । ତେବେ ଲୋକେ ଏହାକୁ ଦେଖି ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି । ଅନେକ ଲୋକ ଏହାକୁ ଭଗବାନଙ୍କ ହାତ ବୋଲି କହୁଛନ୍ତି ।

ତେବେ ପ୍ରକୃତରେ ଏହା କ’ଣ, ସେ ନେଇ ରହସ୍ୟ ଉପରୁ ପରଦା ଉଠାଇଛି ନାସା । ବ୍ରହ୍ମାଣ୍ଡରେ ହାତମୁଠା ଆକୃତିର ଦୃଶ୍ୟମାନ ହେଉଥିବା ଏହି ଚିତ୍ର ନେବୁଲା ଯୋଗୁଁ ହୋଇଥିବା ନାସା ସ୍ପଷ୍ଟ କରିଛି । ଏହା ପୃଥିବୀରୁ ପ୍ରାୟ ୧୩୦୦ ପ୍ରକାଶ ବର୍ଷ ଦୂରରେ ରହିଛି । ଏହାବ୍ୟତୀତ ଏଥିରେ ଗ୍ୟାସ ଏବଂ ଧୂଳିରେ ପ୍ରସ୍ତୁତ ବାଦଲ ମଧ୍ୟ ରହିଥାଏ । ଏହାର ଆକୃତି ଧୂମକେତୁ ସହ ମେଳ ଖାଉଥିବାରୁ ଏହାକୁ ନେବୁଲା ବୋଲି କୁହାଯାଇଥାଏ । ଏହା ହାତ ଆକୃତିରେ ସାରା ବ୍ରହ୍ମାଣ୍ଡରେ ବ୍ୟାପିଯାଇଛି । ତେଣୁ ଅନେକ ଲୋକ ଏହାକୁ ଭଗବାନଙ୍କ ହାତ ବୋଲି କହୁଛନ୍ତି ।

ଏହି ଦୃଶ୍ୟରେ ଗୋଟିଏ ମୁଣ୍ଡ ଏବଂ ଲମ୍ବା ଲାଞ୍ଜ ମଧ୍ୟ ଦେଖିବାକୁ ମିଳିଛି । ଦୃଶ୍ୟକୁ ଦେଖିଲେ ଏମିତି ମଧ୍ୟ ଲାଗୁଛି ଯେପରି କେହି ଜଣେ ମୁହଁରେ ଆକାଶଗଙ୍ଗାକୁ ଖାଇବା ପାଇଁ ଚେଷ୍ଟା କରୁଛି । ବୈଜ୍ଞାନିକମାନେ କହିଛନ୍ତି ଯେ, ଏହା ତାରାମାନଙ୍କର ଜନ୍ମ ଘଟଣା ମଧ୍ୟ ହୋଇପାରେ । ତେବେ ପ୍ରକୃତରେ ନେବୁଲା କିପରି ପ୍ରସ୍ତୁତ ହୋଇଥାଏ, ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଅନେକ ବୈଜ୍ଞାନିକ କହିଛନ୍ତି ଯେ, ବ୍ରହ୍ମାଣ୍ଡରେ ବିଶାଳ ତାରାରୁ ଆସିଥିବା ଗରମ ପବନ ଯୋଗୁଁ ସୃଷ୍ଟି ହୋଇଥାଏ । ୧୯୭୬ ମସିହାରେ ସର୍ବପ୍ରଥମେ କମେଟ୍ରି ଗ୍ଲୋବ୍ୟୁଲ ଦେଖିବାକୁ ମିଳିଥିଲା ।