fbpx
BJD
BJD SKY
BJD SKY

ପାଣି ସହିତ ପଙ୍ଗା ନେବା ପଡିଗଲା ଭାରୀ: ଏମିତି ବଦଲା ନେଲା ବଢିଲା ନଈ ସୁଅ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଆଜିକାଲିର ଲୋକମାନେ ନିଜକୁ ବହୁତ ସ୍ମାର୍ଟ ଆଉ ସାହସୀ ବୋଲି ମନେ କରିଥାନ୍ତି । ଆଉ ଏ କଥାକୁ ପ୍ରମାଣ କରିବା ପାଇଁ ବେଳେବେଳେ ଅନେକ ପ୍ରକାରର ଭୟାନକ ଏବଂ ଦୁଃସାହସିକ କାର୍ଯ୍ୟ କରିବା ପାଇଁ ପଛାଇ ନଥାନ୍ତି । କେବେ କିଏ ଭୟଙ୍କର ଜନ୍ତୁଙ୍କ ସହ ଲଢିବାକୁ ଚାଲି ଯାଉଛି ତ କେବେ କିଏ ନିଆଁରେ ଖେଳିଯାଉଛି । ସେହିଭଳି ଆଉ ନମୁନା ଏବେ ବଢିଲା ନଈ ପାଣି ସହିତ ପଙ୍ଗା ନେଇ ଯାଇଛନ୍ତି । ଆଉ ତା’ପରେ ଯାହା ହୋଇଛି, ସେ ୟା ପରେ ପାଣିକୁ ଦେଖିଲେ ବି ଡରିବେ ।

କୁହାଯାଏ ପାଣି ବହୁଳେ ସୃଷ୍ଟି ନାଶ, ପାଣି ବିହୁନେ ବି ସୃଷ୍ଟି ନାଶ । ଆଉ ଯାହାହ ପାଖରେ ସୃଷ୍ଟି ନାଶ କରିବାର କ୍ଷମତା ରହିଛି, ତା ବିରୋଧରେ ପାଦ ବଢାଇବା ମୃତ୍ୟୁକୁ ହାତଠାରି ଡାକିବା ସହ ସମାନ । ପ୍ରକୃତିର କ୍ରୋଧ ଆଗରେ ମଣିଷର ମର୍ଜି ଚାଲି ପାରିବନି, ଯାହା ପୁଣି ଥରେ ଏ ଭିଡିଓରେ ପ୍ରମାଣ ହୋଇ ଯାଇଛି । ଜଣେ ବ୍ୟକ୍ତି ବଢିଲା ନଈ ସୁଅକୁ ନ ମାନି ଆରପାରିକୁ ଯିବାକୁ ଚେଷ୍ଟା କରୁଥିବାର ଏହି ଭିଡିଓରେ ଦେଖିବାକୁ ମିଳୁଛି । ତେବେ ଏଥିରୁ ଆପଣ ଅନୁମାନ କରି ପାରୁଛନ୍ତି ଆଗକୁ ଏ ମହାଶୟଙ୍କ ସହ କ’ଣ ଘଟିଥିବ? ଆପଣ ଥରେ ଦେଖନ୍ତୁ କେମିତି ପ୍ରକୃତି ଏ ସାହସୀ ବ୍ୟକ୍ତିତ୍ୱଙ୍କ ପାଖରୁ ନେଇଛି ବଦଲା ।

ଖୁବ ଜୋରରେ ଗାଡି ନେଇ ପୋଲ ଉପରେ ଚାଲୁଥିବା ନଦୀର ପ୍ରଖର ସ୍ରୋତକୁ ଅତିକ୍ରମ କରିବାକୁ ଚେଷ୍ଟା କରୁଥିଲେ । ଗୋଟିଏ ସମୟରେ ଲାଗୁଥିଲା ଗାଡିଟି ପୋଲ ଅତିକ୍ରମ କରିଯିବ । କିନ୍ତୁ ଆରପାରିରେ ପହଞ୍ଚିବାର ଟିକିଏ ପୂର୍ବରୁ ପ୍ରକୃତି ନିଜ ପାୱାର ଦେଖାଇ ଦେଇଛି । ପାଣିର ବେଗ ଆଗରେ ଫେଲ ମାରି ଯାଇଛି ଗାଡିର ବେଗ । ଆଉ ପ୍ରଖର ସ୍ରୋତରେ ଗାଡିଟିକୁ ସମ୍ପୂର୍ଣ୍ଣ ଭାବରେ ନିଜ କବଜାକୁ ନେଇ ଯାଇଛି । ଗାଡିକୁ ଏହି ପାଣି ସୁଅରୁ ରକ୍ଷା କରିବା ପାଇଁ ଡ୍ରାଇଭରଙ୍କ ଅନେକ ଚେଷ୍ଟା ବିଫଳ ହୋଇଛି ।

ଜଣେ ଆଇପିଏସ ଅଧିକାରୀ ଦୀପାଂଶୁ କାବରା ନିଜ ଟ୍ୱିଟର ଆକାଉଣ୍ଟ ipskabra ରେ ଏହି ଭିଡିଓ ଅପଲୋଡ କରିଛନ୍ତି । ଏହି ପୋଷ୍ଟର କ୍ୟାପ୍ସନରେ ଲେକିଛନ୍ତି, “ଆପଣଙ୍କ ଜୀବନ ବହୁତ ମହତ୍ତ୍ୱପୂର୍ଣ୍ଣ, କିଛି ଦିନର ବିଳମ୍ବତା ଚଳିବ । ଏହାର ଯତ୍ନ ନିଅନ୍ତୁ । ପ୍ରକୃତି କୌଣସି ମେସିନରୁ ଅଧିକ ବଳବାନ, ଏହାକୁ ସମ୍ମାନ ଦିଅନ୍ତୁ ।’ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଅନେକ ଲୋକ ଏହାକୁ ପସନ୍ଦ କରିଥିବା ବେଳେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । ତେବେ ଏଥିରୁ ଏକ ବିରାଟ ଶିକ୍ଷା ମଧ୍ୟ ମିଳିଛି ।

Get real time updates directly on you device, subscribe now.