fbpx

ରେଲୱେ ଷ୍ଟେସନକୁ ଯିବା ଏକ ଅପରାଧ… ଲାଗିବ ବଡ଼ ଜରିମାନା: ଜାଣନ୍ତୁ ରେଳବାଇର ଏହି ନିୟମ

ଓଡ଼ିଶା ଭାସ୍କର: ରେଲୱେ ଷ୍ଟେସନରେ ଯାତ୍ରୀ ଟ୍ରେନ ପାଇଁ ଅନେକ ସମୟ ଧରି ଅପେକ୍ଷା କରି ରହିଥାନ୍ତି । ଅନେକ ସମୟରେ ଯାତ୍ରୀମାନେ ପ୍ଲାଟଫର୍ମରେ ମଧ୍ୟ ଶୋଇଥିବାର ଦେଖିବାକୁ ମିଳିଥାଏ । ତେବେ ଷ୍ଟେସନରେ ଏଭଳି ଭାବରେ ରହିବା ଉଚିତ୍ ନୁହେଁ କିନ୍ତୁ ରେଲୱେର ଏକ ନିୟମ ଅନୁସାରେ, ଷ୍ଟେସନରେ ବସିବା ଏକ ଅପରାଧ ଭାବରେ ଗଣାଯାଏ । ଏଥିପାଇଁ ଜଣେ ବ୍ୟକ୍ତିଙ୍କୁ ମୋଟା ଅଙ୍କର ଜରିମାନା ମଧ୍ୟ ଲାଗୁ ହୋଇପାରେ । ତେବେ ରେଲୱେର ଏହି ନିୟମ ବିଷୟରେ ଅଧିକାଂଶ ଲୋକ ଜାଣି ନଥିଲେ ଏଥିପାଇଁ ଅସୁବିଧାରେ ପଡ଼ିପାରନ୍ତି ଯେ କୌଣସି ବ୍ୟକ୍ତି ।

ଉତ୍ତର ରେଲୱେର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଦୀପକ କୁମାର କହିଛନ୍ତି ଯେ, ରେଲୱେ ଷ୍ଟେସନରେ ଅନେକ ଲୋକ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଏଠାକୁ ଆସିଥାନ୍ତି । ଅନେକ ସମୟରେ ଗାଡ଼ି ବିଳମ୍ବ ଥିବା ବେଳେ ଏହାକୁ ଅପେକ୍ଷା କରି ଷ୍ଟେସନରେ ରହିଯାଆନ୍ତି ଯାତ୍ରୀ । ଏ ସମସ୍ତ ଯାତ୍ରୀ ଷ୍ଟେସନକୁ କିଛି ନା କିଛି ଉଦ୍ଦେଶ୍ୟରେ ଆସିଥାନ୍ତି । କାରଣ ରେଲୱେ ଷ୍ଟେସନ ଏକ ବୁଲିବା ସ୍ଥାନ ନୁହେଁ । ତେଣୁ ଏଠାକୁ ବିନା କୌଣସି ଉଦ୍ଦେଶ୍ୟରେ ବୁଲି ଆସିବା ରେଳ ମାନୁଆଲ ବିରୋଧ ହୋଇଥାଏ । ଏହା ଏକ ଦଣ୍ଡନୀୟମ ଅପରାଧ ଭାବରେ ଗଣାଯାଏ । ତେଣୁ ଏଭଳି ଅପରାଧରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗୁ ହୋଇପାରେ । ଦେଶରେ ୭୦୦୦ ରୁ ଅଧିକ ରେଳ ଷ୍ଟେସନ ଥିବା ବେଳେ ଏ, ବି, ସି ଏବଂ ଡି ବର୍ଗ ରହିଥାଏ । ଅନେକ ସମୟରେ ରେଲୱେର ବାଣିଜ୍ୟ ବିଭାଗ ଜନଗହଳି ପୂର୍ଣ୍ଣ ଷ୍ଟେସନରେ ଏପରି ଲୋକଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଥାଏ। ଏମିତି ଅପରାଧ କରୁଥିବା ବ୍ୟକ୍ତିମାନଙ୍କ ଠାରୁ ଜରିମାନା ସଂଗ୍ରହ କରିବା ସହ ଆବଶ୍ୟକ ସ୍ଥଳେ ଆରପିଏଫକୁ ହସ୍ତାନ୍ତର କରି ଦିଆଯାଏ ।

ରେଳ ବିଶେଷଜ୍ଞମାନେ କହିଛନ୍ତି ଯେ, ରେଳବାଇର ଏହି ନିୟମ କେବଳ ସହରର ଜନଗହଳି ପୂର୍ଣ୍ଣ ଷ୍ଟେସନ ପାଇଁ ଲାଗୁ ହୋଇଥାଏ । ଗ୍ରାମାଞ୍ଚଳରେ ଏଭଳି ଅନେକ ଷ୍ଟେସନ ଅଛି, ଯେଉଁଠାରେ ଦିନସାରା ଗୋଟିଏ କିମ୍ବା ଦୁଇଟି ଟ୍ରେନ୍ ଅଟକି ରହିଥାଏ। ଏପରି ଷ୍ଟେସନରେ କୌଣସି ଉଦ୍ଦେଶ୍ୟ ବିନା ଏପରି ଲୋକଙ୍କୁ ଅଟକାଇବା ସମ୍ଭବ ନୁହେଁ । ସହରର ଅନେକ ଲୋକ ମଧ୍ୟ ନିକଟସ୍ଥ ଷ୍ଟେସନରେ ସକାଳ ବୁଲିବାକୁ ଯାଆନ୍ତି ।

Get real time updates directly on you device, subscribe now.