fbpx

ରଜରେ କମିଲା ସୁନା-ରୂପା ଦର, ଜାଣନ୍ତୁ ରେଟ୍

ନୂଆଦିଲ୍ଲୀ: ସପ୍ତାହର ପ୍ରଥମ ଦିନରେ ଘରୋଇ ବଜାରରେ କମିଲା ସୁନା-ରୂପା ଦର । ସୋମବାର ଦିନ ସୁନା ଦର ୫୫୩ ଟଙ୍କା କମ୍ ହୋଇଥିବା ବେଳେ ରୂପା ବି ଶସ୍ତା ହୋଇଥିବା ଜଣାପଡିଛି । ଆଜି ରୂପାର ଦାମରେ ୫୦୧ ଟଙ୍କା ହ୍ରାସ ପାଇଛି । ଇଣ୍ଡିଆନ୍ ବୁଲିୟନ ଆଣ୍ଡ ଏସୋସିଏସନ ଦ୍ୱାରା ଜାରି ହୋଇଥିବା ରେଟ୍ ହିସାବରେ, ଆଜି ସକାଳେ ଦିଲ୍ଲୀରେ ୯୯୯ ଶୁଦ୍ଧତା ଥିବା ୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ ପିଛା ୪୮,୪୭୫ ଟଙ୍କାକୁ ହ୍ରାସ ପାଇଛି ।

ଏହା ସହିତ ୯୯୫ ଶୁଦ୍ଧତା ଥିବା ସୁନା ଦର ୧୦ ଗ୍ରାମ ପିଛା ୪୮,୨୮୧ ଟଙ୍କା ହୋଇଥିବା ବେଳେ ୯୧୬ ଶୁଦ୍ଧତା ଥିବା ସୁନା ୪୪,୪୦୩ ଟଙ୍କା , ୭୫୦ ଶୁଦ୍ଧତା ଥିବା ସୁନା ୩୬,୩୫୬ ଟଙ୍କା , ୫୮୫ ଶୁଦ୍ଧତା ଥିବା ସୁନା ୨୮,୩୫୫ ଟଙ୍କାକୁ ହ୍ରାସ ପାଇଛି । ସେହିପରି ୯୯୯ ଶୁଦ୍ଧତା ଥିବା ଏକ କିଲୋଗ୍ରାମ ରୂପା ଦାମ୍ ୭୧,୬୩୮କୁ ହ୍ରାସ ପାଇଛି ।

Get real time updates directly on you device, subscribe now.