fbpx

ଆଜି ପୁଣି କମିଲା ସୁନା ଦର

Advertisement

ଲକଡାଉନର ଶେଷ ବାଣିଜ୍ୟ ଦିନ ବା ଶୁକ୍ରବାରକୁ ସୁନା ଓ ରୂପା ମୂଲ୍ୟ ଗୁରୁବାର ଅପେକ୍ଷା ପୁଣି କମିଛି । ଆଜି ସକାଳୁ ଖୁଚୁରା ବଜାରରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ୪୬,୮୧୯ ଟଙ୍କାରେ ବିକ୍ରି ହେଉଛି । ଦେଖିବାକୁ ଗଲେ ଏହି ସପ୍ତାହରେ ସୁନା ଦର ୪୬ ଓ ୪୭ ହଜାର ଟଙ୍କା ମଧ୍ୟରେ ବିକ୍ରି ହୋଇଛି । ୨୨ କ୍ୟାରେଟ୍ ସୁନା ୪୨,୮୮୬ ଟଙ୍କା ପ୍ରତି ୧୦ ଗ୍ରାମରେ ବିକ୍ରି ହେଉଛି । ଗୋଟିଏ ଦିନ ପୂର୍ବରୁ ଅଥାତ୍ ଗୁରୁବାର ଦିନ ୧୦ ଗ୍ରାମ ସୁନା ୪୬,୯୯୫ ଟଙ୍କାରେ ବିକ୍ରି ହେଉଥିଲା । ଅନ୍ୟପଟେ ରୂପା ଦାମ୍ କିଛି ମାତ୍ରାରେ ସ୍ଥିର ରହିଛି । ରୂପାରେ ୩୫ ଟଙ୍କା କମି କଲୋଗ୍ରାମକୁ ୪୭,୮୭୦ ଟଙ୍କାରେ ବିକ୍ରି ହେଉଛି । ଏନେଇ ଇଣ୍ଡିଆ ବୁଲିଆନ ଆଣ୍ଡ ଜୁଏଲର୍ସ ଆସୋସିଏସନ୍ ୱେବସାଇଟ (ibjarates.com)ରେ ସେମାନଙ୍କର ହାରାହାରି ମୂଲ୍ୟ ଅପଡେଟ୍ କରାଯାଇଛି ।

Get real time updates directly on you device, subscribe now.