fbpx

ଗ୍ରାହକଙ୍କ ଚିନ୍ତା ବଢ଼ାଉଛି ସୁନା ଦର, ଜାଣନ୍ତୁ ଭୁବନେଶ୍ୱରରେ କେତେ ରହିଛି ମୂଲ୍ୟ ?

ଭୁବନେଶ୍ୱର : ସୁନାକୁ ପିନ୍ଧିବା ସବୁ ମହିଳାଙ୍କ ଶୌକ, କିନ୍ତୁ ବର୍ତ୍ତମାନ ଏହାର ଯାହା ମୂଲ୍ୟ ତାହାକୁ ନେଇ ଗ୍ରାହକ କିଣିବା ପୂର୍ଵରୁ ଅନେକ ଥର ଭାବନ୍ତି । ସୁନା ଦରରେ ବୃଦ୍ଧିକୁ ନେଇ ଗ୍ରାହକ ଚିନ୍ତାରେ ପଡିଛନ୍ତି । ଆଜି ସୁନା ଓ ରୁପାର ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ଦର ଦଶ ଗ୍ରାମ ପ୍ରତି ୫୪,୭୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନାର ମୂଲ୍ୟ ଦଶ ଗ୍ରାମ ପ୍ରତି ୫୯,୬୭୦ ଟଙ୍କା ହୋଇଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୪,୭୦୦ ଟଙ୍କା ଟଙ୍କା ଓ ୫୯,୬୭୦ ଟଙ୍କା ହୋଇଛି ।

ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରବଢିଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୪,୭୦୦ ଟଙ୍କା ଓ ୫୯,୬୭୦ ଟଙ୍କା ଥିବା ରେକର୍ଡ କରାଯାଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୫୪,୮୫୦ ଟଙ୍କା ଓ ୫୯,୮୨୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ସୁନାର ମୂଲ୍ୟ ୫୫,୦୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୬୦,୦୦୦ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ମଧ୍ୟ ସୁନା ଦର ଯଥାକ୍ରମେ ୫୪,୭୦୦ ଟଙ୍କା ଓ ୫୯,୬୭୦ ଟଙ୍କା ରହିଛି । ସେହିପରି ରୁପା ମୂଲ ୧ କିଲୋଗ୍ରାମ ପ୍ରତି ୭୪,୦୦୦ ଟଙ୍କା ରହିଥିବା ନେଇ ରେକର୍ଡ କରାଯାଇଛି ।

Get real time updates directly on you device, subscribe now.