ନୂଆଦିଲ୍ଲୀ: ସୁନା ଦର ବୃଦ୍ଧି-ହ୍ରାସ ଘଟିବା ଲାଗି ରହିଛି । ଆଜି ପୁଣିଥରେ ସୁନା ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି । ରାଜଧାନୀ ଦିଲ୍ଲୀର ଫ୍ୟୁଚର ବଜାରରେ ବୁଧବାର ଦିନ ସୁନା ମୂଲୂ ୧୫୦ ଟଙ୍କା ହ୍ରାସ ଘଟିବା ସହ ୧୦ ଗ୍ରାମ ପିଛା ୮୧ ହଜାର ୧୫୦ ଟଙ୍କା ହୋଇଛି । ଜ୍ୱେଲର୍ସ ଏବଂ ରିଟେଲ ଦୋକାନୀମାନଙ୍କୁ ଦାବି କାରଣରୁ ସୁନାର ମୂଲ୍ୟ କମିବା ଦେଖିବାକୁ ମିଳିଛି । ଅଖିଳ ଭାରତୀୟ ବଜାର ସଂଘ ସୁନା ମୂଲ୍ୟରେ ହୋଇଥିବା ଏହି ପରିବର୍ତ୍ତନର ସୂଚନା ଦେଇଛି ।
ଆଜି ସୁନା ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି । ସେହିପରି ରୂପା ଦର ଅପରିବର୍ତ୍ତିତ ରହି କିଲୋଗ୍ରାମ ପିଛା ୯୬ ହଜାର ୭୦୦ ଟଙ୍କା ହୋଇଛି । ଦିଲ୍ଲୀରେ ସୋମବାର ଦିନ ୯୯.୯ ପ୍ରତିଶତ ଶୁଦ୍ଧତା ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୧୫୦ ଟଙ୍କା ହ୍ରାସ ପାଇ ୮୦ ହଜାର ୭୫୦ ଟଙ୍କା ହୋଇଛି । ଏହା ପୂର୍ବରୁ ଏହା ୮୦ ହଜାର ୯୦୦ ଟଙ୍କାରେ ବନ୍ଦ ହୋଇଥିଲା ।