fbpx

ଆଜି ପୁଣି ଶସ୍ତା ହେଲା ସୁନା-ରୂପା ଦର, ଜାଣନ୍ତୁ କେତେ?

Advertisement

ନୂଆଦିଲ୍ଲୀ: ବିବାହ ଋତୁରେ ସୁନା କିଣିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଆସିଛି ଖୁସିଖବର । ବୁଲିଅନ୍ ବଜାରରେ ଆଜି ସୁନା-ରୂପା ଦାମ୍ ଶସ୍ତା ହୋଇଛି । ତେବେ ବିବାହ ଋତୁରେ ସୁନା-ରୂପା ମୂଲ୍ୟ ଲଗାତାର ହ୍ରାସ ପାଉଛି । ସେହିପରି ଆଜି ମଧ୍ୟ ସୁନା ସହ ରୂପା ମୂଲ୍ୟ ଶସ୍ତା ହୋଇଛି । ଆଜି ବୁଲିଅନ୍ ବଜାରରେ ୨୪ କ୍ୟାରେଟ୍ ଶୁଦ୍ଧ ସୁନା ୩୩୬ ଟଙ୍କା ଶସ୍ତା ହୋଇ ୧୦ ଗ୍ରାମ ପିଛା ୫୧,୦୦୦ ଟଙ୍କା ହୋଇଛି । ଏହା ସହ ରୂପା ୪୭୪ ଟଙ୍କା ଶସ୍ତା ହୋଇଛି କିଲୋଗ୍ରାମ ପିଛା ୬୨,୪୭୪ ଟଙ୍କାରେ ମିଳୁଛି ।

ଇଣ୍ଡିଆନ୍ ବୁଲିଅନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ୍ ଦ୍ୱାରା ବୁଧବାର ପ୍ରକାଶିତ ରେଟ୍ ଅନୁସାରେ, ୨୪ କ୍ୟାରେଟ୍ ଶୁଦ୍ଧ ସୁନା ଆଜି ୧୦ ଗ୍ରାମ ପିଛା ୫୧,୦୦୦ ଟଙ୍କା ହୋଇଛି । ଏଥି ସହିତ ରୂପା କିଲୋଗ୍ରାମରେ ୬୨୪୭୪ ଟଙ୍କାରେ ବିକ୍ରି ହେଉଛି । ଏଥିସହିତ, ୨୩ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୫୦୭୯୬ ଟଙ୍କା ମୂଲ୍ୟରେ ବିକ୍ରି ହେଉଛି । ୨୩ କ୍ୟାରେଟ୍ ସୁନା ମୂଲ୍ୟ ଆଜି ୩୩୪ ଟଙ୍କା ହ୍ରାସ ପାଇଛି ।

ଏଥି ସହିତ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୪୬୭୧୬ ଟଙ୍କାରେ ବିକ୍ରି ହେଉଛି । ୧୮ କ୍ୟାରେଟ୍ ସୁନା ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୩୮୨୫୦ ଟଙ୍କାରେ ପହଞ୍ଚିଛି । ସୋମବାର ତୁଳନାରେ ଆଜି ୨୨ କ୍ୟାରେଟ୍ ଏବଂ ୧୮ କ୍ୟାରେଟ୍ ସୁନା ଯଥାକ୍ରମେ ୩୦୮ ଏବଂ ୧୯୭ ଟଙ୍କା ଶସ୍ତା ହୋଇଛି ।

Get real time updates directly on you device, subscribe now.