ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ପାର୍ବଣ ଋତୁ ଚାଲିଥିବାର ଏହି ଅବସରରେ ଅଳଙ୍କାର ବଜାରରେ ଏକ ବଡ଼ ଧରଣର ହଲଚଲ୍ ଆରମ୍ଭ ହୋଇଯାଇଛି । ନିକଟରେ ସୁନା ଓ ରୁପା ଦାମରେ ହ୍ରାସ-ବୃଦ୍ଧି ପରିଲକ୍ଷିତ ହୋଇଥିବା ବେଳେ ଆଜି ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ତେବେ ଧନତେରାସ୍ ପୂର୍ବରୁ ଗହଣା ପ୍ରେମୀଙ୍କ ପାଇଁ ସୁନା ରେଟ୍ ବିଷୟରେ ଜାଣିବା ନିହାତି ଜରୁରୀ । କାରଣ ଧନତେରାସରେ ସୁନା କିଣିବା ଅତ୍ୟନ୍ତ ଶୁଭ ହୋଇଥିବା ବେଳେ ଗ୍ରାହକମାନେ ଶସ୍ତ୍ରା ସୁନା କିଣିବାକୁ ଉତ୍ସୁକତାର ସହ ଅପେକ୍ଷା କରି ରହିଥାନ୍ତି ।
ଏହା ମଧ୍ୟରେ ଅକ୍ଟୋବର ୨୮ରେ ଦେଶର ବିଭିନ୍ନ ସହରରେ ସୁନା ଦର କିପରି ରହିଛି ତା’ର ଏକ ଲିଷ୍ଟ ସାମ୍ନାକୁ ଆସିଛି । ରାଜଧାନୀ ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୭,୩୫୯ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନା ଦର ୮,୦୨୮ ଟଙ୍କା ରହିଛି । ଏହି ଲିଷ୍ଟରେ ହାଇଦ୍ରାବାଦ, ପାଟନା, ଜୟପୁର, ବେଙ୍ଗାଲୁରୁ, ଲକ୍ଷ୍ନୌ, ଦିଲ୍ଲୀ, ମୁମ୍ବାଇ, ଅହମ୍ମଦାବାଦ, ଚେନ୍ନାଇ, ଗୁରୁଗ୍ରାମ, କୋଲକତ ଆଦି ବଡ଼ ବଡ଼ ସହରର ନାମ ରହିଛି । ତେଣୁ ଧନତେରାସ ପୂର୍ବରୁ ସୁନା କିଣିବାକୁ ଇଚ୍ଛୁକ ଗ୍ରାହକମାନେ ଏହି ନିଜ ନିଜ ସହରର ସୁନା ରେଟ୍ ଚେକ୍ କରିପାରିବେ ।