fbpx

୨୦୨୧ରେ ସୁନା @ ୮୦,୦୦୦!

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ କରୋନାର ପ୍ରାର୍ଦୁଭାବ ଲାଗି ରହିଛି । କରୋନାର ନକରାତ୍ମକ ପ୍ରଭାବ ଆଗାମୀ ଏକ ବର୍ଷ ପର୍ପ୍ୟନ୍ତ ଲାଗି ରହିବ ବୋଲି ଅନୁମାନ କରଯାଉଛି । ଏହାରି ମଧ୍ୟରେ ଏକ ଆର୍ଶ୍ଚ୍ୟକର ଖବର ନଜର ଆସିଛି । ବିଶେଷଜ୍ଞମାନଙ୍କ ମତ ଅନୁଯାୟୀ, ବର୍ତ୍ତମାନ ସୁନା ଦର ବୃଦ୍ଧି ପାଇବାରେ ଲାଗିଛି, ଯଦି ଏହିପରି ଭାବେ ସୁନାର ମୂଲ୍ୟ ବୃଦ୍ଧି ପାଏ ତେବେ, ୨୦୨୧ ମସିହା ବେଳକୁ ସୁନା ଦର ୧୦ ଗ୍ରାମ୍ ପିଛା ୮୦ ହଜାର ଟଙ୍କା ହୋଇଯିବ । ସୂଚନା ଥାଉ ଯେ, ଅନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ବର୍ତ୍ତମାନ ବୃଦ୍ଧି ପାଇବାରେ ଲାଗିଛି । ଏହାର ପ୍ରଭାବ ଯୋଗୁଁ ଭାରତରେ ମଧ୍ୟ ସୁନାର ମୂଲ୍ୟ ବୃଦ୍ଧି ପରିଲକ୍ଷିତ ହୋଇଛି । ଉଲ୍ଲେଖ ଯୋଗ୍ୟ ଯେ, ଗତ ୪ ଦିନ ଧରି ସୁନା ଦର ବୃଦ୍ଧି ପାଇବାରେ ଲାଗିଛି । ଜୁନ୍ ୨୬ ତାରିଖ ଦିନ ଭାରତରେ ସୁନା ଦର ୧୦ ଗ୍ରାମ୍ ପିଛା ୪୯ ହଜାର ୬୮୦ ଟଙ୍କା ରହିଥିଲା ।

ଆସନ୍ତା ସପ୍ତାହରେ ସୁନାର ମୂଲ୍ୟ ୫୦ ହଜାର ଛୁଇଁବ ବୋଲି ଅନୁମାନ କରଯାଉଛି । ଅନ୍ୟ ପକ୍ଷରେ ସୁନାର ଦର ବୃଦ୍ଧି ହେବା କାରଣରୁ ପୁଞ୍ଜି ନିବେଶକ ମାନେ ବର୍ତ୍ତମାନ ସୁନାରେ ନିବେଶ କରିବା ପାଇଁ ଆଗଭର ହେଉଛନ୍ତି । ଏହା ସହିତ ଆମେରିକୀୟ ଡଲାରରେ ସୁନାର ମୂଲ୍ୟ ୨୦୨୧ ସୁଦ୍ଧା ଆଉଁସ ପିଛା ୩ ହଜାର ଡଲାର ଛୁଇଁବ ବୋଲି ଅନୁମାନ କର।।ଇଛି । ଯଦି ୩ ହଜାର ଡଲାରକୁ ଭାରତୀୟ ମୁଦ୍ରାରେ ଦେଖିବା ତେବେ, ଏହା ଆଜିର ଡଲାର ମୂଲ୍ୟରେ ୨ ଲକ୍ଷ ୨୭ ହଜାର ୪୦ ଟଙ୍କା ହେବ ।

Get real time updates directly on you device, subscribe now.