fbpx
BSKY
BJD MC SKY
BJD YOUTH SKY

ବ୍ୟକ୍ତିଙ୍କୁ ମିଳିଲା ଦୁର୍ଲଭ ମାଛ, ଗୋଟିଏ ଭୁଲ୍ ଯୋଗୁଁ ହରାଇଲେ ଲକ୍ଷାଧିକ

ସମୟ ଖରାପ ଥିଲେ ଆପଣ ନିଷ୍ପତ୍ତି ବି ଭୁଲ୍ ନେଇଥାନ୍ତି । ଏଭଳି ଜଣେ ବ୍ୟକ୍ତି ଏମିତି କରିଛନ୍ତି । ନିଜ ହାତକୁ ଆସିଥିବା ଲକ୍ଷ ଲକ୍ଷ ଟଙ୍କା ପାଇବାର ସୁଯୋଗ ହରାଇଛନ୍ତି । ପ୍ରକୃତରେ ମାଛ ଧରୁଥିବା ସମୟରେ ଜଣେ ବ୍ୟକ୍ତି ଏକ ଦୁର୍ଲଭ ମାଛ ଧରିଥିଲେ, କିନ୍ତୁ ନିଜର ବୋକାମୀ ଯୋଗୁଁ ସେ ତାକୁ ପୁଣି ପାଣିରେ ଛାଡ଼ିଦେଇଥଲେ । ପରେ ତାଙ୍କୁ ଜଣା ପଡ଼ିଥିଲା ଯେ ମାଛଟି ଏକ ଦୁର୍ଲଭ ମାଛ ଥିଲା ଯାହାର ମୂଲ୍ୟ ଲକ୍ଷରେ ଲକ୍ଷ ହୋଇଥାନ୍ତି ।

ରିପୋର୍ଟ ଅନୂଯାୟୀ ଏହି  ଘଟଣା ଆମେରିକାର ଆରକଂସାର ଜୋଶ ରୋଜରଙ୍କ ସହ ଘଟିଛି । ଜୋଶ ନଦୀରେ ମାଛ ଧରୁଥିବା ସମୟରେ ଏକ ଦୁଲର୍ଭ ପ୍ରଜାତିର ଗୋଲ୍ଡେନ ଫିସ୍ ଧରିଥିଲେ । କିନ୍ତୁ ତା’ର ରଙ୍ଗକୁ ଦେଖି ଭାବିଥିଲେ ଯେ ମାଛଟି ବୋଧହୁଏ ରୋଗାଗ୍ରସ୍ତ ତେଣୁ ସେ ମାଛ ସହ ଏକ ଫଟୋ ଉଠାଇଥିଲେ ଏବଂ ତାକୁ ପୁଣି ପାଣିରେ ଛାଡ଼ି ଦେଇଥିଲେ । ସେହି ଫଟୋ ସୋସିଆଲ ମିଡିଆରେ ଅପଲୋଡ କରିବା ପରେ ସେ ଜାଣିବାକୁ ପାଇଥିଲେ ଯେ ତାହା ଏକ ଦୁର୍ଲଭ ପ୍ରଜାତିର ମାଛ ଥିଲା ଏବଂ ଏହାର ମୂଲ୍ୟ ଲକ୍ଷ ଲକ୍ଷ ରହିଥିଲା ।

ପ୍ରକୃତରେ ଗୋଲ୍ଡେନ ଫିସ୍ ଦୁର୍ଲଭ ହୋଇଥାନ୍ତି । ଏହାର ରଙ୍ଗ ସୁନାଭଳି ହୋଇଥାଏ । ଏହାର ରଙ୍ଗ ଜେଙ୍କୋକ୍ରୋମିଜମ୍ ଯୋଗୁଁ ବଦଳି ଥାଏ । ଏହା ଏକ ପ୍ରକାରର ଜିନଗତ ତ୍ରୁଟି, ଏଥିପାଇଁ ଏହାର ରଙ୍ଗ ସୁନାରଙ୍ଗର ହୋଇଯାଇଥାଏ । କିନ୍ତୁ ଏକଥା ଜୋଶଙ୍କୁ ଜଣାନଥିଲା, ଯେଉଁଥିପାଇଁ ସେ ନିଜ ହାତକୁ ଆସିଥିବା ଟଙ୍କା ହରାଇବସିଥିଲେ ।

Get real time updates directly on you device, subscribe now.