fbpx

ଜୀନ୍ସ ପିନ୍ଧିବାକୁ ମନା କରିବାରୁ ଛୁରୀ ଭୁସିଦେଲା ସ୍ତ୍ରୀ, ଚାଲିଗଲା ସ୍ୱାମୀର ଜୀବନ

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବା ଏକ ସ୍ୱାଭାବିକ କଥା । କିନ୍ତୁ ବେଳେବେଳେ ଏହି ଝଗଡ଼ା ଉଗ୍ର ରୂପ ନେଇଯାଇଥାଏ । ଏବେ ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ଜୀନ୍ସ ପିନ୍ଧିବାକୁ ମନା କରିବାରୁ ପତ୍ନୀ ଛୁରୀରେ ନିଜ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି ।

ଝାଡ଼ଖଣ୍ଡ ଜାମତାରାରୁ ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି । ଜାମତାରା ଥାନା ଅଧୀନ ଜୋଡ଼ଭୀଟା ଗାଁର ଆନ୍ଦୋଳନ ଟୁଡୁଙ୍କ ବିବାହ ୨ ମାସ ପୂର୍ବରୁ ହୋଇଥିଲା । ଗତ ରାତିରେ ତାଙ୍କ ପତ୍ନୀ ଜୀନ୍ସ ପିନ୍ଧି ମେଳା ଦେଖିବାକୁ ଗୋପାଳପୁର ଗ୍ରାମକୁ ଯାଇଥିଲେ । ଆଉ ଯେତେବେଳେ ସେ ଫେରିଥିଲେ ତାଙ୍କ ସ୍ୱାମୀ ତାଙ୍କ ଉପରେ ନାରାଜ ହୋଇଥିଲେ ଏବଂ ତାଙ୍କୁ ଜୀନ୍ସ ପିନ୍ଧି ମେଳା ବୁଲିବାକୁ ଯିବାକୁ ମନା କରିଥିଲେ । ବାସ୍ ଏହି କଥ ରାଜି ଯାଇଥିଲେ ପତ୍ନୀ ଆଉ ଝଗଡ଼ା କରିଥିଲେ । କିନ୍ତୁ ଝଗଡ଼ା ଏପରି ହୋଇଥିଲା ଯେ ପତ୍ନୀ ନିଜ ପତିକୁ ଛୁରୀ ଭୁସି ଦେଇଥିଲେ । ଯେଉଁଥିରେ ଆନ୍ଦୋଳନ ଟୁଡୁ ଗୁରୁତର ଆହତ ହୋଇଥିଲେ । ପରିବାର ଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ଯେଉଁଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।

ସୂଚନା ପରେ ପୋଲିସ ମାମଲାର ଯାଞ୍ଚ କରୁଛି । ମୃତକଙ୍କ ବାପାଙ୍କ କହିବା ଅନୂଯାୟୀ ଜୀନ୍ସ ପିନ୍ଧିବାକୁ ନେଇ ପୁଅ ବୋହୂ ମଧ୍ୟରେ ଝଗଡ଼ା ହୋଇଥିଲା । ଯାହାକୁ ନେଇ ବୋହୂ ଛୁରୀରେ ମାରି ହତ୍ୟା କରିଛି ।  ବର୍ତ୍ତମାନ ପୋଲିସ ଘଟଣାର ଯାଞ୍ଚ କରୁଛି । ସେପଟେ ଛୁରୀ ମାରିଥିବା ନେଇ ବୋହୂ ମଧ୍ୟ ସ୍ୱୀକାର କରିଛି । ତେବେ ପୋଲିସ ଏହି ମାମଲାର ତନାଘନା କରୁଛି । ଜାମତାରା ଥାନା ପ୍ରଭାରୀ ଅବଦୁଲ ରହମାନ ଏହି ମାମଲାର ତଦନ୍ତ ଚାଲୁଥିବା ନେଇ କହିଛନ୍ତି ।

Get real time updates directly on you device, subscribe now.