fbpx

ଘରେ ବସି ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିବାର ସୁବର୍ଣ୍ଣ ସୁଯୋଗ, ଅଗଷ୍ଟ ୧୫ ଶେଷ ତାରିଖ; ଜାଣନ୍ତୁ କଣ ରହିଛି ପ୍ରକ୍ରିୟା

ନୂଆଦିଲ୍ଲୀ: ଯଦି ଆପଣ ଘରେ ବସି ରୋଜଗାର କରିବାକୁ ଚାହୁଁଛନ୍ତି ତେବେ ମୋଦୀ ସରକାର ଆଣିଛନ୍ତି ସୁବର୍ଣ୍ଣ ସୁଯୋଗ । କେନ୍ଦ୍ର ସରକାର ସାଧାରଣ ଲୋକଙ୍କ ପାଇଁ ୧୫ ଲକ୍ଷ ପର୍ଯ୍ୟନ୍ତ ପୁରସ୍କାର ଜିତିବାର ଏକ ସୁଯୋଗ ଦେଉଛନ୍ତି । ଏହି ଆଧାରରେ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏକ ନୁତନ ପ୍ରତିଯୋଗିତା ଆରମ୍ଭ କରିଛନ୍ତି । ଯେଉଁଥିରେ କ୍ରିଏଟିଭ୍ ଲୋଗୋ, ଲୋଗୋ ଡିଜାଇନ୍ ଏବଂ ଟ୍ୟାଗଲାଇନ୍ ଲୋକମାନେ ଦେଇପାରିବେ । ଯଦି ଆପଣ ଦେଇଥିବା ନାମ, ଲୋଗୋ ଏବଂ ଟ୍ୟାଗ୍ ପସନ୍ଦ ଆସିଲା ତେବେ ଆପଣ ମାନେ ପୁରସ୍କାର ଜିତିପାରିବେ ।

ଏ ସମ୍ପର୍କରେ ନିକଟରେ ଗଚ୍ଚ ଏକ୍ଟଙ୍ଖ ଓଦ୍ଭୟସବ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଥିଲା । ତେବେ ଏହାର ଶେଷ ଅବଧି ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ରହିଛି । ତେବେ ଚାଲନ୍ତୁ ଜାଣିବା କଣ ଏହି ପ୍ରତିଯୋଗିତା ।

My Gov India ଟୁଇଟ୍ କରି କହିଛି ଯେ, ଆପଣ ମାନଙ୍କୁ ଏକ କ୍ରିଏଟିଭ୍ ନାମ, ଟ୍ୟାଗଲାଇନ୍ ଏବଂ ଲୋଗୋ ସୃଷ୍ଟି କରିବାକୁ ପଡିବ । ଏହି ପ୍ରତିଯୋଗିତା ବିକାଶ ଆର୍ଥିକ ପ୍ରତିଷ୍ଠାନ (ଡିଏଫଆଇ) ପାଇଁ କରାଯାଉଛି । ଏଥିରେ ପ୍ରଥମ ସ୍ଥାନ ବିଜେତାଙ୍କୁ ୫ ଲକ୍ଷ ଟଙ୍କା ନଗଦ ପୁରସ୍କାର ପ୍ରଦାନ କରାଯିବ। ଆର୍ଥିକ ସେବା ବିଭାଗ, ଅର୍ଥ ମନ୍ତ୍ରାଳୟ ଲୋକଙ୍କୁ ବିକାଶ ଆର୍ଥିକ ପ୍ରତିଷ୍ଠାନ ଅନୁଷ୍ଠାନର ନାମ, ଏକ ଟ୍ୟାଗଲାଇନ୍ ଏବଂ ଏହାର ଲୋଗୋର ଡିଜାଇନ୍ ପରାମର୍ଶ ଦେବାକୁ ଲୋକଙ୍କୁ କହିଛନ୍ତି । ସଂସ୍ଥାର ନାମ, ଲୋଗୋ ଏବଂ ଟ୍ୟାଗଲାଇନ୍ ଏହାର କାର୍ୟ୍ୟ ସହିତ ଖାପ ଖୁଆଉଥିବା ନିହାତି ଆବଶ୍ୟକ ।

ଏଥିରେ ଭାଗ ନେବା ପାଇଁ ଆପଣ ମାନଙ୍କୁ mygov.in ପୋର୍ଟାଲରେ ରେଜିଷ୍ଟର୍ କରିବାକୁ ହେବ । ପ୍ରଥମେ ପୋର୍ଟାଲ ଓପେନ୍ କରି ଲଗ ଇନ୍ ଟୁ ପାର୍ଟିସିପେସନ୍ ଟ୍ୟାବ୍ କୁ ଯାଇ ରେଜିଷ୍ଟ୍ରେସନ୍ ଡିଟେଲ୍ସ ଭରିବାକୁ ହେବ । ଏହା ପରେ ଆପଣଙ୍କୁ ଲୋଗୋ, ନାମ ଏବଂ ଟ୍ୟାଗ୍ ଏଣ୍ଟ୍ରି କରିବାକୁ ହେବ ।

Get real time updates directly on you device, subscribe now.