fbpx
BJD SKY
BJD SKY

କ୍ରେଡିଟ୍ ସ୍କୋର ଠିକ୍ ଅଛି…ତଥାପି ବ୍ୟାଙ୍କ reject କରିଥାଏ ଋଣ ଆବେଦନ, ଜାଣନ୍ତୁ କାରଣ

BJD

ଓଡ଼ିଶା ଭାସ୍କର: ସାଧାରଣଃ ଲୋକମାନେ ବୃତ୍ତିଗତ କିମ୍ବା ବ୍ୟକ୍ତିଗତ କାରଣ ପାଇଁ ବ୍ୟାଙ୍କରୁ ଋଣ ନେଇଥାନ୍ତି । ଅଧିକାଂଶ ସମୟରେ ନିର୍ଦ୍ଦିଷ୍ଟ ବ୍ୟାଙ୍କ ପକ୍ଷରୁ ଋଣ ନେବା ପାଇଁ ବିଭିନ୍ନ ଅଫର ପାଇଁ ବ୍ୟକ୍ତିଙ୍କ ନିକଟକୁ କଲ୍ ଆସିଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି ବ୍ୟାଙ୍କ କେବଳ ଉତ୍ତମ କ୍ରେଡିଟ୍ ସ୍କୋର ଥିବା ବ୍ୟକ୍ତି କିମ୍ବା ଅନୁଷ୍ଠାନକୁ ଋଣ ପ୍ରଦାନ କରିଥାଏ । ଏହା ସତ୍ତ୍ୱେ ବେଳେ ବେଳେ ବ୍ୟାଙ୍କ ଋଣ ପାଇଁ ଆବେଦନ ରିଜେକ୍ଟ ହୋଇଥାଏ । ଏହା ପଛର କାରଣ ଅନେକ ଜାଣି ନଥାନ୍ତି । ତେବେ ଆସନ୍ତୁ ଜାଣିବା କ୍ରେଡିଟ୍ ସ୍କୋର ଉତ୍ତମ ଥିଲେ ମଧ୍ୟ କେଉଁ ପରିସ୍ଥିତିରେ ବ୍ୟାଙ୍କ ଋଣ ରିଜେକ୍ଟ କରିଥାଏ ।

ବ୍ୟାଙ୍କରୁ ଋଣ ନେବା ଏତେ ସହଜ ହୋଇନଥାଏ । ଏଥିପାଇଁ ଅନେକ ଫର୍ମାଲିଟି ରହିଛି । ସମସ୍ତ କାଗଜପତ୍ରକୁ ଯାଞ୍ଚ କରିବା ପରେ ହିଁ ବ୍ୟାଙ୍କ ନିଷ୍ପତ୍ତି ନେଇଥାଏ ଯେ ବ୍ୟକ୍ତିକୁ ଋଣ ପ୍ରଦାନ କରିବା ଉଚିତ ନା ନାହିଁ ।
୧. Debt to Income Ratio(DTI): ଏହି ରେସିଓ ଆଧାରରେ ବ୍ୟକ୍ତିର ଋଣ ସୁଝିବାର କ୍ଷମତା ବିଷୟରେ ଜଣାପଡ଼ିଥାଏ । Gross Monthly Income ଆଧାରରେ ଏହି ରେସିଓ ବାହାର କରାଯାଇଥାଏ ।

୨. Employment History and Status: ବ୍ୟାଙ୍କ ଋଣ ଦେବା ପୂର୍ବରୁ ଆପଣ କେଉଁ କମ୍ପାନୀରେ କାର୍ଯ୍ୟ କରୁଥିଲେ ଏବଂ ବର୍ତ୍ତମାନ କେଉଁ କମ୍ପାନୀରେ କାର୍ଯ୍ୟ କରୁଛନ୍ତି ଆଦି ବିଷୟକୁ ଗୁରୁତ୍ୱ ଦେଇଥାଏ । ଯେପରି ଉକ୍ତ କମ୍ପାନୀ ଜଣାଶୁଣା ହୋଇଥିବ ଏବଂ କର୍ମଚାରୀଙ୍କୁ ଠିକ୍ ସମୟରେ ବେତନ ପ୍ରଦାନ କରୁଥିବ । ଆପଣଙ୍କ ଚାକିରି ସ୍ଥିର(Employment stability) ନଥିଲେ ଋଣ ଆବେଦନ ଖାରଜ ହୋଇପାରେ ।

୩. Earlier Loan: ଆପଣ ପୂର୍ବରୁ କୌଣସି ଋଣ ନେଇଥିବେ ଏବଂ ସୁଝି ନଥିବେ ତେବେ ବ୍ୟାଙ୍କ ନଜରରେ ଆପଣ ଡିଫଲ୍ଟର ରହିବେ । ବ୍ୟାଙ୍କ କୌଣସି ରିସ୍କ ନେବାକୁ ଚାହିଁବନି । ତେଣୁ ଋଣ ଦେବା ପୂର୍ବରୁ ଏହି ସବୁ ଦିଗ ପ୍ରତି ବିଶେଷ ଧ୍ୟାନ ଦେଇଥାଏ ।

Get real time updates directly on you device, subscribe now.