fbpx

ଖୁସି ଖବର : ରାଜ୍ୟରେ ଆଜି ୨୪୫୨ ଆକ୍ରାନ୍ତ ହେଲେ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୨୩।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୨୪୫୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୩ ଲକ୍ଷ ୫୬ ହଜାର ୦୦୩ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ସୁନ୍ଦରଗଡ଼ରୁ ଜିଲ୍ଲାରୁ ସର୍ବାଧିକ ୪୫୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧା ୩୫୦, ନୂଆପଡ଼ା ୨୧୭, ଝାରସୁଗୁଡ଼ା ୧୪୫, ସମ୍ବଲପୁର ୧୧୨, ବରଗଡ଼ ୧୧୧, କଟକ ୧୧୦, ବଲାଙ୍ଗିର ୧୦୯, ଷ୍ଟେଟ୍‌ପୁଲ ୮୧, କେନ୍ଦୁଝର ୭୪, ବାଲେଶ୍ବର ୭୧, ଅନୁଗୁଳ ୬୫, ଗଞ୍ଜାମ ୫୫, ଯାଜପୁର ୪୭, ନବରଙ୍ଗପୁର ୪୩, ମୟୂରଭଞ୍ଜ ୩୮, ରାୟଗଡ଼ା ୩୪, କଳାହାଣ୍ଡି ୩୧, ଭଦ୍ରକ ୨୮, ସୋନପୁର ୨୫, ଦେବଗଡ଼ ୨୩, ଗଜପତି ୨୦, ଜଗତସିଂହପୁର ୧୮, କୋରାପୁଟ ୧୭, ନୟାଗଡ଼ ୧୪, କନ୍ଧମାଳ ୧୩, କେନ୍ଦ୍ରାପଡ଼ା ୧୨, ମାଲକାନଗିରି ୭, ଢେଙ୍କାନାଳରୁ ୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Get real time updates directly on you device, subscribe now.