ବାତ୍ୟା ପରେ ଖୁସି ଖବର: ୨୦ ଲକ୍ଷ ଲୋକଙ୍କୁ ଦିଆଯିବ ପକ୍କା ଘର, ୬ ମାସ ଭିତରେ ମିଳିବ ଘର

ଭୁବନେଶ୍ୱର: ଓଡ଼ିଶାକୁ ଅତିକ୍ରମ କରି ଚାଲିଯାଇଛି ଏକ ବଡ଼ ବାତ୍ୟା ‘ଦାନା’ । ବାତ୍ୟା ଦାଉରୁ ମୁକୁଳିବା ପରେ ରାଜ୍ୟ ସରକାରଙ୍କୁ ତରଫରୁ ଏକ ବଡ଼ ଘୋଷଣା କରାଯାଇଛି । ଖୁବଶୀଘ୍ର ୨୦ ଲକ୍ଷ ଲୋକଙ୍କୁ ପକ୍କା ଘର ଯୋଗାଇ ଦିଆଯିବ ବୋଲି ଘୋଷଣା ହୋଇଛି । ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଏ ନେଇ ଏକ ବଡ଼ ସୂଚନା ଦେଇଛନ୍ତି । ଖୁବଶୀଘ୍ର ରାଜ୍ୟର ୨୦ ଲକ୍ଷ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି । ତେବେ ଆସନ୍ତା ୬ ମାସ ମଧ୍ୟରେ ସମସ୍ତ ହିତାଧିକାରୀଙ୍କୁ ଘର ଯୋଗାଇ ଦିଆଯିବ ।

ଘର ପାଇବାରୁ ବଞ୍ଚିତ ହୋଇଥିବା ହିତାଧିକାରୀମାନଙ୍କୁ ଏହି ଲାଭ ମିଳିପାରିବ ଏବଂ ଯଥାଶୀଘ୍ର ଘର ଯୋଗାଇ ଦିଆଯିବ ବୋଲି ଶ୍ରୀ ନାଏକ ସୂଚନା ଦେଇଛନ୍ତି । ହିତାଧିକାରୀମାନଙ୍କ ସର୍ଭେ ଜାରି ରହିଛି । ଏହି ସର୍ଭେ ସରିବା ପରେ ସମସ୍ତଙ୍କ ପକ୍କା ଘର ପ୍ରଦାନ କରିବେ ସରକାର । ଏଥିପାଇଁ ଜିଲ୍ଲାପାଳ ଏବଂ ବିଡିଓଙ୍କ ସର୍କୁଲାର ପହଞ୍ଚି ସାରିଛି । ତେଣୁ ଖୁବଶୀଘ୍ର ସମସ୍ତ ଯୋଗ୍ୟ ହିତାଧିକାରୀ ଏହି ଘର ପାଇପାରିବେ ।