fbpx

ଇ-ଶ୍ରାମ କାର୍ଡଧାରୀଙ୍କ ପାଇଁ ଖୁସିଖବର, ମାସିକ ୩୦୦୦ ଟଙ୍କା ପେନସନ୍ ଦେବେ ସରକାର

ନୂଆଦିଲ୍ଲୀ: କୃଷକ ଓ ଶ୍ରମିକମାନଙ୍କୁ ଧ୍ୟାନରେ ରଖି ସରକାର ଅନେକ କଲ୍ୟାଣକାରୀ ଯୋଜନା ଆରମ୍ଭ କରିଛନ୍ତି । ଏହାରି ମଧ୍ୟରେ ସରକାରଙ୍କ ପକ୍ଷରୁ ଇ-ଶ୍ରମ ପୋର୍ଟାଲ ଯୋଜନା ବି ଆରମ୍ଭ ହୋଇଛି, ଯେଉଁଥିରେ କୋଟି କୋଟି ଲୋକ ନିଜର ରେଜିଷ୍ଟ୍ରେସନ କରିଛନ୍ତି ।

ଆରମ୍ଭରେ ଇ-ଶ୍ରମ କାର୍ଡଧାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫୦୦-୫୦୦ ଟଙ୍କା ଟ୍ରାନ୍ସଫର କରିଥିଲେ ସରକାର । ଏବେ ଇ-ଶ୍ରମ ପୋର୍ଟାଲକୁ ନେଇ ଆସିଛି ଏକ ଖୁସି ଖବର । ଇ-ଶ୍ରମ ପୋର୍ଟାଲ ଯୋଜନାରେ ସରକାର ମାସିକ ୩୦୦୦ ଟଙ୍କା ଦେବାକୁ ଯୋଜନା କରିଛନ୍ତି ।

ଇ-ଶ୍ରାମ ପୋର୍ଟାଲ ଯୋଜନା ଅନୁସାରେ, ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା ଅଧୀନରେ ସରକାର ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ପାଇଁ ମାସିକ ତିନି ହଜାର ଟଙ୍କା ପେନସନ ଘୋଷଣା କରିଛନ୍ତି । ଅବଶ୍ୟ ପେନସନର ଏହି ଧନରାଶି ଶ୍ରମିକଙ୍କୁ ୬୦ ବର୍ଷ ବୟସ ପୂରରଣ ହେବା ପରେ ଆରମ୍ଭ ହେବ ।

କିନ୍ତୁ ଏହି ଯୋଜାନର ଲାଭ ଉଠାଇବା ପାଈଁ ଶ୍ରମିକମାନଙ୍କୁ ରେଜିଷ୍ଟ୍ରେସନ କରିବାକୁ ପଡିବ । ଇ-ଶ୍ରମ ପାଇଁ ରେଜିଷ୍ଟ୍ରେସନ କରିବା ଏବେ ଅତି ସହଜ ହୋଇଛି । ଏହାର କାରଣ ହେଉଛି କି, ସରକାର ଅଧିକରୁ ଅଧିକ ଲୋକଙ୍କୁ ଯୋଜନାର ଲାଭ ଦେବାକୁ ଚାହୁଁଛନ୍ତି ।

ଇ-ଶ୍ରାମ ପୋର୍ଟାଲ ଯୋଜନା ଅଧୀନରେ ୧୬ ରୁ ୫୯ ବର୍ଷ ବୟସର ଯେକୌଣସି ବ୍ୟକ୍ତି ରେଜିଷ୍ଟ୍ରେସନ କରିପାରିବେ । ଏହି ଯୋଜନା ଅଧୀନରେ, ଯେକୌଣସି ବ୍ୟକ୍ତି ଅନଲାଇନ୍ ରେଜିଷ୍ଟ୍ରେସନ କରିପାରିବେ । ଏହି ଯୋଜନା ପଛରେ ସରକାରଙ୍କ ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ଅସହାୟ ଲୋକଙ୍କୁ ସହାୟତା ଯୋଗାଇବା ।

Get real time updates directly on you device, subscribe now.