fbpx
BJD SKY
BJD SKY

PF କର୍ମଚାରୀଙ୍କ ପାଇଁ ଖୁସିଖବର: ଆକାଉଣ୍ଟକୁ ଆସିଲା ମୋଟା ଅଙ୍କର ଟଙ୍କା, ଏପରି କରନ୍ତୁ ଚେକ୍

BJD

ନୂଆଦିଲ୍ଲ: ଯଦି ଆପଣ ଚାକିରି କରୁଛନ୍ତି ଓ ପାଖରେ ପିଏଫ୍ ଆକାଉଣ୍ଟ ଅଛି, ତାହାଲେ ଆପଣଙ୍କ ପାଇଁ ରହିଛି ଏକ ଖୁସି ଖବର । ପିଏଫ୍ କାଟୁଥିବା ସଂସ୍ଥା କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ ବା ଇପିଏଫଓ କର୍ମଚାରୀଙ୍କ ଆକାଉଣ୍ଟରେ ସୁଧ ଟଙ୍କା ଟ୍ରାନ୍ସଫର କରିଛି । ଏଥିରେ ପ୍ରାୟ ୬ କୋଟିରୁ ଅଧିକ କର୍ମଚାରୀ ଉପକୃତ ହେବେ ।

ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ୨୨.୫୫ କୋଟି ପିଏଫ୍ ହିତାଧିକାରୀଙ୍କ ଆକାଉଣ୍ଟରେ ୮.୫୦ ପ୍ରତିଶତ ସୁଧ ଜାରି କରିଥିଲା ଇପିଏଫଓ । ନିକଟରେ ଅବସର ପାଣ୍ଠି ସଂସ୍ଥା ଏକ ଟ୍ୱିଟ କରି କହିଛି ଯେ, ୨୦୨୦-୨୧ ଆର୍ଥିିକ ବର୍ଷ ପାଇଁ ୨୨.୫୫ କୋଟି ଆକାଉଣ୍ଟରେ ୮.୫୦% ସୁଧ ଜାମ କରାଯାଇଛି । ଯଦି ଆପଣ ପିଏଫ୍ ଆକାଉଣ୍ଟ ଧାରକ ଅଟନ୍ତି, ତେବେ କୌଣସି ପ୍ରକ୍ରିୟାରେ ନିଜ ଆକାଉଣ୍ଟର ବାଲାନ୍ସ ଚେକ୍ କରିପାରିବେ ।

– ପ୍ରଥମେ ରେଜିଷ୍ଟାର ମୋବାଇଲ ନମ୍ବରରୁ ୦୧୧-୨୨୯୦୧୪୦୬କୁ ମିସ୍ଡ଼ କଲ୍ କରିବାକୁ ପଡିବ ।

– ନହେଲେ ଆପଣ ୭୭୩୮୨୯୯୮୯୯ରେ EPFOHO UAN ENG ଲେଖି ପଠାଇପାରିବେ ।

– EPFOର ୱେବସାଇଟରେ ଆପଣ ପାସବୁକରେ ବାଲାନ୍ସ ଚେକ୍ କରିପାରିବେ । ପାସବୁକ୍ ଦେଖିବା ପାଇଁ ୟୁଏନ ନମ୍ବର ଥିବା ଜରୁରୀ ।

– UMANG ଆପ ଜରିଆରେ ଆପଣ ପିଏଫ୍ ବାଲାନ୍ସ ଚେକ୍ କରିପାରିବେ ।

ଅଭିଯୋଗ କରିବାକୁ ଇପିଏଫଓ ପକ୍ଷରୁ ହ୍ୱାଟ୍ସଆପ ହେଲ୍ପଲାଇନ୍ ନମ୍ବର ଜାରି ହୋଇଛି । ଏହା ମାଧ୍ୟମରେ ଆପଣ ପିଏଫ୍ ଆକାଉଣ୍ଟଧାରୀ ଇପିଏଫଓର କାର୍ଯ୍ୟାଳୟରେ କାମ କରୁଥିବା ଅଧିକାରୀଙ୍କ ସହ ସିଧାସଳଖ କଥା ହୋଇପାରିବେ । ହ୍ୱାଟ୍ସଆପ୍ ହେଲ୍ପଲାଇନ୍ ନମ୍ବର ଇପିଏଫଓର ଅଫିସିଆଲ ୱେବସାଇଟରେ ଉପଲବ୍ଧ ରହିଛି ।

ଇପିଏଫଓ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଅଭିଯୋଗ ଶୁଣୁଛି । ଟ୍ୱିଟର, ଫେସବୁକ୍ ଓ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଇପିଏଫଓକୁ ଆପଣ ପ୍ରଶ୍ନ ପଚାରିପାରିବେ । ଏହା ଫଳରେ ଆପଣଙ୍କ ସମସ୍ୟାର ସମାଧାନ ହୋଇପାରିବ ।

ଆପଣ https://epfigms.gov.in/ ୱେବସାଇଟ ଯାଇ ଅଭିଯୋଗ କରିପାରିବେ । ଏଥିପାଇଁ ୱେବସାଇଟକୁ ଯାଇ ‘Register Grievance’ ଉପରେ କ୍ଲିକ କରିବାକୁ ପଡିବ । ଷ୍ଟେପ୍ ପରେ ଷ୍ଟେପ୍ ଦେଇ ଆଗକୁ ଯିବା ପରେ ଆପଣ ଅଭିଯୋଗ କରିପାରିବେ ।

Get real time updates directly on you device, subscribe now.