fbpx

ରାତିରେ ଶୋଇଥିବା ବେଳେ ଭୁସୁଡ଼ିଲା ଛାତ, ବାପ-ପୁଅ ମୃତ

ନୂଆଦିଲ୍ଲୀ: ଛାତ ଭୁସୁଡ଼ିବା ଫଳରେ ରାତି୍େରର ଶୋଇଥିବା ଅବସ୍ଥାରେ ଦୁଇଜଣ ମୃତ୍ୟୁବରଣ କରିଛନ୍ତି । ଏହିଭଳି ଏକ ଘଟଣା ଘଟିଛି ଦିଲ୍ଲୀର ବେଗମପୁର ଠାରେ । ଶୁକ୍ରବାର ଦିନ ଏହି ଘଟଣା ଘଟିଥିବା ବେଳେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତେବେ ମୃତକ ମାନେ ହେଲେ କେଦାର(୬୫) ଓ ସୋନୁ(୩୦) । ଦୁହେଁ ସମ୍ପର୍କରେ ବାପା ଓ ପୁଅ ହୋଇଥିବା ସୂଚନା ମିଳିଛି । ଏମାନଙ୍କ ବ୍ୟତୀତ ରୁମ୍ ରେ ଅନ୍ୟ ଦୁଇ ଜଣ ଶୋଇଥିଲେ । ସେମାନେ ଦୁହେଁ ବଞ୍ଚିଯାଇଛନ୍ତି । ଦୁଇଜଣଙ୍କୁ ମଧ୍ୟରୁ ଜଣେ ଆହତ ହୋଇଥିବା ବେଳେ ଅନ୍ୟଜଣେ ସୁରକ୍ଷିତ ଅଛନ୍ତି ।

Get real time updates directly on you device, subscribe now.