fbpx

SBI ଗ୍ରାହକଙ୍କ ପାଇଁ ଖୁସି ଖବର, ଆଜିଠୁ FD ଉପରେ ମିଳିବ ଅଧିକ ସୁଧ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ପକ୍ଷରୁ ରେପୋ ରେଟ୍ ବୃଦ୍ଧି ପରେ ବ୍ୟାଙ୍କଗୁଡିକ ମଧ୍ୟ ସୁଧହାର ବୃଦ୍ଧି କରିବା ଆରମ୍ଭ କରିଛନ୍ତି। ଲୋନ ଉପରେ ସୁଧହାର ବଢିବା ବ୍ୟତୀତ ଜମା ରାଶି ଉପରେ ମଧ୍ୟ ସୁଧହାର ବଢାଯାଇଛି। ଅର୍ଥାତ ଗ୍ରାହକଙ୍କୁ ନିଜର ଜମା ରାଶି ଉପରେ ଅଧିକ ସୁଧ ମିଳିବ। ଏହା ମଧ୍ୟରେ ସାର୍ବଜନୀନ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ(ଏସବିଆଇ) ସୁନିଶ୍ଚିତ ଜମା ରାଶି(ଏଫଡି) ଉପରେ ମିଳୁଥିବା ସୁଧର ହାର ବୃଦ୍ଧି କରିଛି।

କେନ୍ଦ୍ରୀୟ ବ୍ୟାଙ୍କର ନୂତନ ଦର ଜୁଲାଇ ୧୫ରୁ ଲାଗୁ ହୋଇଛି। ବ୍ୟାଙ୍କ ଦୁଇ କୋଟିରୁ କମ ଏଫଡି ଉପରେ ସୁଧହାର ବଢାଇଛନ୍ତି। ବ୍ୟାଙ୍କ ଏକ ବର୍ଷରୁ ଏବଂ ଦୁଇ ବର୍ଷରୁ କମ ସମୟରେ ମେଚ୍ୟୁର ହେଉଥିବା ଜମା ରାଶି ଉପରେ ସୁଧହାର ବୃଦ୍ଧି କରିଛନ୍ତି।

ଏସବିଆଇର ସୁଧହାର

୭ ଦିନରୁ ୪୫ ଦିନ ମଧ୍ୟରେ ମେଚ୍ୟୁର ହେଉଥିବା ଫିକ୍ସ ଡିପୋଜିଟ୍ ଉପରେ ସୁଧହାର ୩.୫୦ ପ୍ରତିଶତ ରଖିଛି ଏସବିଆଇ। ବ୍ୟାଙ୍କ ୪୬ ଦିନରୁ ୧୭୯ ଦିନରେ ମେଚ୍ୟୁର ହେଉଥିବା ଏଫଡି ଉପରେ ୪ ପ୍ରତିଶତ ସୁଧହାର ଦେବା ଜାରି ରଖିଛି। ୧୮୦ ଦିନରୁ ୨୧୦ ଦି ପର‌୍ୟ୍ୟନ୍ତ ମେଚ୍ୟୁର ହେଉଥିବା ଜମା ରାଶି ଉପରେ ଏସବିଆଇ ୪.୨୫ ପ୍ରତିଶତରେ ସୁଧ ଦେଉଛି। ସେହି ପରି ୨୧୧ ଦିନରୁ ଏକ ବର୍ଷରୁ କମ ସମୟରେ ପରିପକ୍ଵ ହେଉଥିବା ଏଫଡି ଉପରେ ବ୍ୟାଙ୍କ ନିଜର ସୁଧହାର ୪.୫୦ ପ୍ରତିଶତରେ ସ୍ଥିର ରଖିଛି।

ଏକ ବର୍ଷରୁ ଅଧିକ କିନ୍ତୁ ଦୁଇ ବର୍ଷରୁ କମ ସମୟରେ ମେଚ୍ୟୁର ହେଉଥିବା ଜମା ରାଶି ଉପରେ ଏବେ ୫.୨୫ ପ୍ରତିଶତ ସୁଧ ମିଳିବ। ପୂର୍ବେ ଏହା ୪.୭୫ ପ୍ରତିଶତ ଥିଲା। ବ୍ୟାଙ୍କ ୨ ବର୍ଷରୁ ଅଧିକ ଏବଂ ତିନି ବର୍ଷରୁ କମ ସମୟରେ ମେଚ୍ୟୁର ହେଉଥିବା ଏଫଡି ଉପରେ ୪.୨୫ ପ୍ରତିଶତ ଏବଂ ୩ ବର୍ଷ ଏବଂ ୧୦ ବର୍ଷ ଭିତରେ ମେଚ୍ୟୁର ହେଉଥିବା ଫିକ୍ସ ଡିପୋଜିଟ୍ ଉପରେ ୪.୫୦ ପ୍ରତିଶତ ସୁଧ ଦେବା ଜାରି ରଖିବ।

Get real time updates directly on you device, subscribe now.