fbpx

ମଦୁଆଙ୍କ ପାଇଁ ଖୁସି ଖବର: ରାଜଧାନୀରେ ଆରମ୍ଭ ହେଲା ହୋମ୍ ଡେଲିଭରୀ

Advertisement

ନୂଆଦିଲ୍ଲୀ: ଦେଶର ଅନେକ ଅଞ୍ଚଳରେ କରୋନାର ଦ୍ୱିତୀୟ ଲହର ଧିରେ ଧିରେ କମିବାରେ ଲାଗିଛି । ସେହିପରି ରାଜଧାନୀ ଦିଲ୍ଲୀରେ ମଧ୍ୟ କରୋନା ପ୍ରକୋପ ହ୍ରାସ ପାଉଥିବାର ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀରେ ମଦର ହୋମ୍ ଡେଲିଭରୀ ପାଇଁ ଅନୁମତି ଦେଇଛନ୍ତି ।

ତେବେ ଦିଲ୍ଲୀରେ ଆମ୍ ଆଦମୀ ପାଟି ବା ଆପ୍ ସରକାର ଦେଶୀ ଓ ବିଦେଶୀ ମଦର ହୋମ୍ ଡେଲିଭରୀ ପାଇିଁ ଅନୁମତି ଦେଇଛନ୍ତି । ଦିଲ୍ଲୀବାସୀ ମୋବାଇଲ ଆପ୍ ଓ ଅନଲାଇନ୍ ୱେବ ପୋଟାର୍ଲ ମାଧ୍ୟମରେ ମଦ ମଗାଇପାରିବେ । କରୋନାର ବଢୁଥିବା ମାମଲାକୁ ଦୃଷ୍ଟିରେ ପୂର୍ବରୁ ସରକାର ଅନେକ କଟକଣା ଲାଗୁ କରିଥିଲେ । ସେବେ ମଦ ବିକ୍ରି ଉପରେ ବି କଟକଣା ଲାଗୁ ହୋଇଥିଲା । କିନ୍ତୁ ଏବେ ସରକାର ମଦ ବିକ୍ରି ଉପରେ କଟକଣା କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଦିଲ୍ଲୀ ବ୍ୟତୀତ ଛତିଶଗଡ ସରକାର ମଧ୍ୟ ମଦର ହୋମ୍ ଡେଲିଭରୀ ପାଇଁ ଅନୁମତି ଦେଇସାରିଛନ୍ତି । କରୋନା କାଳରେ ମଦ ଦୋକାନ ଆଗରେ ଭିଡକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.