fbpx

ଖୁସିଖବର: ସରକାରୀ ଚାଉଳ ପାଇଁ ଆଉ ଦେବାକୁ ପଡ଼ିବନି ପଇସା, ମାଗଣା ହେଲା ଟଙ୍କିକିଆ ଚାଉଳ

ନୂଆଦିଲ୍ଲୀ/ଭୁବନେଶ୍ୱର: ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ପାଇଁ ଆଉ ଦେବାକୁ ପଡ଼ିବ ନାହିଁ ଟଙ୍କା । ଟଙ୍କିକିଆ ଚାଉଳକୁ ମାଗଣା କରିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ଏନଏଫଏସଏରେ ୩ କୋଟି ୨୬ ଲକ୍ଷଙ୍କୁ ମିଳୁଥିଲା ଟଙ୍କିକିଆ ଚାଉଳ । ବଳକା ୯ ଲକ୍ଷ ହିତାଧିକାରୀଙ୍କୁ ରାଜ୍ୟ ଦେଉଥିଲା ଚାଉଳ । ଏସଏଫଏସଏସରେ ୧ ଟଙ୍କାରେ ଚାଉଳ ଦେଉଥିଲା ରାଜ୍ୟ । ଆଗରୁ ମାସକୁ ୫ କିଲୋ ଲେଖାଏଁ ଚାଉଳ ଯୋଗାଇ ଦିଆଯାଉଥିଲା । ବର୍ଷେ ଯାଏ ସମସ୍ତ ହିତାଧିକାରୀଙ୍କୁ ମାଗଣାରେ ଚାଉଳ ମିଳିବ । ଏହି ମାଗଣା ଯୋଜନା ଡିସେମ୍ବର ୩୧ ତାରିଖ ଯାଏଁ ଲାଗୁ ହେବ ।

ତେବେ ୨ ଦିନ ତଳେ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ କି, ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଦିଆଯାଉଥିବା ଖାଦ୍ୟ ଶସ୍ୟ ସମ୍ପୂର୍ଣ୍ଣ ମାଗଣା କଣ୍ଟନ କରାଯିବ । ଅର୍ଥାତ୍ ପୂରା ମାଗଣାରେ ବର୍ଷେ ଯାଏଁ ୫ କିଲୋ ଲେଖାଏଁ ଚାଉଳ ପାଇବେ ହିତାଧିକାରୀ । ଦେଶର ୮୧ କୋଟି ୩୫ ଲକ୍ଷ ହିତାଧିକାରୀ ଏହି ଲାଭ ପାଇବେ । ୩୧ ଡିସେମ୍ବର ୨୩ ପର୍ଯ୍ୟନ୍ତ ଏହି ଯୋଜନା ଚାଲିବ । ଫଳରେ ଆମ ରାଜ୍ୟର ୩ କୋଟି ୨୬ ଲକ୍ଷ ହିତାଧିକାରୀ ମାଗଣାରେ ମାସକୁ ୫ କିଲୋ ଲେଖାଏଁ ଚାଉଳ ପାଇବେ । ଆଗରୁ ସେମାନେ କିଲୋପିଛା ଟଙ୍କାଏ ଲେଖାଏଁ ଦେଉଥିଲେ ।

Get real time updates directly on you device, subscribe now.