fbpx

ଭୁଲରେ ବି ଏହି ଦେବତାଙ୍କୁ ଅର୍ପଣ କରନ୍ତୁ ନାହିଁ ତୁଳସୀ; ନଚେତ୍ ଭୋଗିବାକୁ ପଡିବ ଅନେକ ସମସ୍ୟା

ହିନ୍ଦୁ ଧର୍ମରେ ତୁଳସୀ ଗଛର ବିଶେଷ ଗୁରୁତ୍ୱ ବିଷୟରେ କୁହାଯାଇଛି। କୁହାଯାଏ ଯେ ତୁଳସୀ ଗଛରେ ମା ଲକ୍ଷ୍ମୀ ବାସକରିଥାନ୍ତି । ଫଳରେ ଏହାକୁ ଘର ଆଗରେ ଲଗାଇବା ଏବଂ ପୂଜା କରିବା ଦ୍ୱାରା ଘରେ ଧନପ୍ରାପ୍ତି ହୋଇଥାଏ । ଏଥିସହିତ ସର୍ବଦା ଘରେ ସୁଖ ଶାନ୍ତି ଲାଗି ରହିଥାଏ । ଏତତ ବ୍ୟତୀତ ତୁଳସୀ ଭଗବାନ ବିଷ୍ଣୁଙ୍କ ଠାରୁ ହନୁମାନଙ୍କ ପର୍ଯ୍ୟନ୍ତ ସମସ୍ତ ଦେବାଦେବୀଙ୍କ ପ୍ରିୟ ହୋଇଥାଏ । ଫଳରେ ପୂଜା ସମୟରେ ଏହି ଭଗବାନଙ୍କୁ ତୁଳସୀ ଅର୍ପଣ କଲେ ସେମାନେ ପ୍ରଶନ୍ନ ହୋଇଥାନ୍ତି ଏବଂ ଆପଣଙ୍କ ଉପରେ ତାଙ୍କର କୃପା ଦୃଷ୍ଟି ରଖିଥାନ୍ତି । କିନ୍ତୁ ହିନ୍ଦୁ ଧର୍ମରେ ଏପରି କିଛି ଦେବାଦେବୀ ଅଛନ୍ତି ଯେଉଁମାନଙ୍କୁ ତୁଳସୀ ଅର୍ପଣ କରିବାକୁ ବାରଣ କରାଯାଏ । କୁହାଯାଏ ଏହିସବୁ ଭଗବାନଙ୍କୁ ତୁଳସୀ ଅର୍ପଣ କଲେ ସେ କ୍ରୋଧୀତ ହୋଇଥାନ୍ତି ଏବଂ ଆପଣଙ୍କ ଉପରେ କୋପ ଦୃଷ୍ଟି ପକାଇଥାନ୍ତି । ଫଳରେ ଆପଣଙ୍କ ଜୀବନରେ ଅନେକ ସମସ୍ୟାର ଦେଖାଦେବା ସହ ଘରେ ସର୍ବଦା ଅଶାନ୍ତି ଲାଗି ରୁହେ । ବର୍ତ୍ତମାନ ଆସନ୍ତୁ ଜାଣିବା କେଉଁ ଦେବାଦେବୀଙ୍କୁ ତୁଳସୀ ଅର୍ପଣ କରାଯାଏ ନାହିଁ ଏବଂ କାହିଁକି ?

ଏହି ଦେବତାଙ୍କୁ ଭୁଲରେ ଅର୍ପଣ କରନ୍ତୁ ନାହିଁ ତୁଳସୀ: ହିନ୍ଦୁ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ପ୍ରତ୍ୟେକ ଦେବତାଙ୍କର କିଛି ପ୍ରିୟ ଜିନିଷ ରହିଥାଏ । ଯାହାକୁ ଅର୍ପଣ କରିବା ଦ୍ୱାରା ସେ ଅତ୍ୟନ୍ତ ପ୍ରଶନ୍ନ ହୋଇଥାନ୍ତି । ଫଳରେ ସେ ତାଙ୍କର କୃପା ଦୃଷ୍ଟି ସର୍ବଦା ଆପଣଙ୍କ ଉପରେ ରଖିଥାନ୍ତି । ତେବେ ତୁଳସୀ ମଧ୍ୟ ଭଗବାନ ବିଷ୍ଣୁଙ୍କର ଅତ୍ୟନ୍ତ ପ୍ରିୟ ହୋଇଥିବା ବେଳେ ପ୍ରଭୁ ଭୋଳାନାଥ ଏବଂ ତାଙ୍କ ପୁତ୍ର ପ୍ରଭୁ ଗଣେଶଙ୍କୁ ଅର୍ପଣ କରାଯାଏ ନାହିଁ । ନଚେତ୍ ଜୀନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ତେବେ ଭଗବାନ ଶିବ ଏବଂ ଗଣେଶଙ୍କୁ ତୁଳସୀ ନଦେବର କିଛି କାରଣ ମଧ୍ୟ ରହିଥାଏ । ଆସନ୍ତୁ ଜାଣିବା କଣ ପାଇଁ ଏହି ଦୁଇ ଦେବତାଙ୍କୁ ତୁଳସୀ ଅର୍ପଣ କରାଯାଏ ନାହିଁ ।

ଏହି କାରଣ ପାଇଁ କରାଯାଏ ନାହିଁ ତୁଳସୀ ଅର୍ପଣ: ଜ୍ୟୋତିଷ ଶାସ୍ତ୍ର ଏବଂ ପୌରାଣିକ ଗାଥା ଅନୁଯାୟୀ, ଥରେ ଭଗବାନ ଗଣେଶ ଗଙ୍ଗା ନଦୀ କୂଳରେ ତପସ୍ୟା କରୁଥିଲେ । ଠିକ୍ ଏହି ସମୟରେ ତୁଳସୀ ବିବାହ ଇଚ୍ଛା ନେଇ ଯାତ୍ରା କରିଥିଲେ । ଗଣେଶଙ୍କୁ ଦେଖି ସେ ଆକର୍ଷିତ ହୋଇଥିଲେ ଏବଂ ତାଙ୍କର ତପସ୍ୟାକୁ ଭଙ୍ଗ କରିଥିଲେ, | ଏଥିସହିତ ତାଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଯାହାକୁ ଭଗବାନ ଶ୍ରୀଗଣେଶ ପ୍ରତ୍ୟାଖନ କରିଥିଲେ । ଯେଉଁଥିରେ ତୁଳସୀ ରାଗିଯାଇ ଶ୍ରୀଗଣେଶଙ୍କୁ ଦୁଇଟି ବିହାବ କରିବାକୁ ଅଭିଶାପ ଦେଇଥିଲେ । ଏହାପରେ ଶ୍ରୀ ଗଣେସ ତାଙ୍କ ପ୍ରକୃତ ରୂପକୁ ଆସିବା ସହ ତୁଳସୀକୁ ମଧ୍ୟ ଅଭିଶାପ ଦେଇଥିଲେ ଏବଂ କହିଥିଲେ ତୁମର ବିବାହ ଜଣେ ରାକ୍ଷସ ସହିତ ହେବ । ଏଥିସହିତ ସେ ଏହା ମଧ୍ୟ କହିଥିଲେ ଯେ ତୁମେ ମୋ ପୂଜାରେ ଲାଗି ପାଇବ ନାହିଁ । ମୋ ପୂଜାରେ ଯେଉଁ ବ୍ୟକ୍ତି ତୁଳସୀ ଅର୍ପଣ କରିବ ଏହା ଅଶୁଭ ଭାବରେ ବିବେଚନା କରାଯିବ । ଏହି କାରଣରୁ ଗଣେଶ ଭଗବାନଙ୍କୁ ତୁଳସୀ ଅର୍ପଣ କରାଯାଏ ନାହିଁ ।

ସେହିପରି ଭଗବାନ ଶିବଙ୍କୁ ମଧ୍ୟ ତୁଳସୀ ଅର୍ପଣ କରିବା ଅଶୁଭ ହୋଇଥାଏ । କାରଣ ଭଗବାନ ଶ ଶିବଙ୍କ ପ୍ରିୟ ପତ୍ର ବେଲପତ୍ର ହୋଇଥାଏ । ଯାହାଫଳରେ ପ୍ରଭୁ ଭୋଲାନାଥଙ୍କୁ ତୁଳସୀ ଅର୍ପଣ କରିବା ବଦଳରେ ବେଳପତ୍ର ଅର୍ପଣ କରିବା ଆବଶ୍ୟକ । ତେବେ ତୁଳସୀ ଭଗବାନ ବିଷ୍ଣଙ୍କ ପ୍ରିୟ ହୋଇଥାଏ ଏବଂ ଏହା ଭଗବାନ ବିଷ୍ଣୁଙ୍କୁ ହିଁ ଅର୍ପଣ କରାଯାଏ । ଯଦି କୌଣସି ବ୍ୟକ୍ତି ପ୍ରଭୁ ଭୋଳାଶଙ୍କରଙ୍କୁ ତୁଳସୀ ଅର୍ପଣ କରନ୍ତି ତେବେ ସେ କ୍ରୋଧିତ ହୋଇଯାଆନ୍ତି ଏବଂ ତାଙ୍କ କୋପଦୃଷ୍ଟି ପକାଇଥାନ୍ତି । ଫଳରେ ଜଣେ ବ୍ୟକ୍ତି ତା ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାଏ । ଏଥିସହିତ ଘରେ ସର୍ବଦା ଅଶାନ୍ତି ଏବଂ କଳହ ଲାଗି ରୁହେ ।

Get real time updates directly on you device, subscribe now.