fbpx

(Video)ଭଲ ଖବର ଆଉ କ’ଣ କି?; ‘ଦିନେ ଚୋରି କରି ନିଶା ଖାଉଥିଲୁ, ପାଠ ପଢ଼ି ଦେଶ ସୁରକ୍ଷା କରିବୁ…’

କିମ୍ୱଦନ୍ତୀରେ ଦସ୍ୟୁ ରତ୍ନାକର ଦିନେ ବାଲ୍ମିକୀ ସଜିଥିଲେ ଆଜି ଏମାନେ ପ୍ରମାଣ କରିଦେଖାଇଲେ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ସମୟ ସହ ତାଳ ଦେଇ ମଣିଷ ଖୋଜେ ବଞ୍ଚିବାର ରାହା, ଆଉ ସୁଖ ପାଇବାର ବାଟ । ଏହାରି ଭିତରେ ପରିସ୍ଥିତିରେ ପଡ଼ି ହେଉ କିମ୍ୱା  କୌଣସି କରଣ ପାଇଁ ଭଲ-ମନ୍ଦ ବିଚାର କରିବାର ଶକ୍ତି ବି ହରାଇ ବସେ ମଣିଷ । ଆଉ ପଥ ଭ୍ରଷ୍ଟ ହୋଇ ଆପଣାଇ ଥାଏ ଭୁଲ ରାସ୍ତାକୁ । ସେ ପୁରାଣ ଯୁଗ କଥା କୁହନ୍ତୁ ବା ଏବେର । ସମାଜରେ ବଢ଼ି ଚାଲିଛି ବିଭିନ୍ନ ଅପରାଧିକ ମାମଲା ହେଲେ ବି ସୁଧୁରୁ ନାହିଁ ଏ ସ୍ୱାର୍ଥପର ମଣିଷ । କରିଚାଲିଛି ଗୋଟିଏ ପରେ ଗୋଟିଏ ଭୁଲ । ଅଉ ଯେତେବେଳେ ସେ ତାର ଭୁଲ ବୁଝିପାରେ, ଭଲ ମଣିଷ ହେବାକୁ ଚେଷ୍ଟା କରେ ସେତେବେଳେ ଭଲ ଲାଗେ । ମନେପଡ଼େ କିମ୍ୱଦନ୍ତୀର ଦସ୍ୟୁ ରତ୍ନାକରଙ୍କ କଥା ।

ଦସ୍ୟୁ ରତ୍ନାକର ଦିନେ ବାଲ୍ମିକୀ ସଜିଥିଲେ, ଯାହା ଯୁଗ ଯୁଗକୁ ଉଦାହରମ ହୋଇ ରହିଛି । ଆଜି ଆମେ ଏମିତି କିଛି ପିଲାଙ୍କ ସହ ପରିଚୟ କରାଇବୁ ଯେଉଁମାନେ ଭୁଲ୍ ରାସ୍ତାରେ ଦାଦଥିପି ଠିକ୍ ରାସ୍ତାରେ ପହଞ୍ଚିଛନ୍ତି । ଆଉ ଏମାନଙ୍କ ଠାରୁ ଯେଉଁ ପ୍ରେରଣା ମିଳୁଛି ପୃଥିବୀର କାହା ଠାରୁ ବି ମିଳିବ ନାହିଁ । ଏହି ପିଲାମାନେ ପ୍ରମାଣ କରିଦେଖାଇଲେ ଦୁନିଆରେ ସତ୍ ରେ ବଞ୍ଚିଲେ କେତେ ଆନନ୍ଦ ମିଳେ । ଆଗରୁ ସେମାନେ ଷ୍ଟେସନ୍‌ରେ ବୁଲି ଚୋରି କରୁଥିଲେ, ନିଶା ଖାଉଥିଲେ, ଏବେ ପାଠ ପଢୁଛନ୍ତି, ଆଗକୁ ଯାଇ ଚାକିରି କରିବେ । ଆଉ ଦେଶର ସୁରକ୍ଷା କରିବେ ।

 

Get real time updates directly on you device, subscribe now.