AIର କମାଲ୍.. ଯେଉଁ କାମ ପାଇଁ ବୈଜ୍ଞାନିକଙ୍କୁ 10 ବର୍ଷ ଲାଗିଲା, ସେହି କାମକୁ 48 ଘଣ୍ଟାରେ କଲା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ
ନୂଆଦିଲ୍ଲୀ: କମାଲ କଲା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ । ଯାହା ଖୋଜିବା ପାଇଁ ବୈଜ୍ଞାନିକଙ୍କୁ 10 ବର୍ଷ ଲାଗିଲା ତାହା ମାତ୍ର 48 ଘଣ୍ଟାରେ କରି ଦେଖାଇଲା ଏଆଇ ।
ଇମ୍ପେରିଆଲ କଲେଜ୍ ଲଣ୍ଡନର ପ୍ରଫେସର୍ ଜୋସ୍ ପେନାଡିସ୍ ଏବଂ ତାଙ୍କ ଟିମ୍ ଅନେକ ବର୍ଷ ଧରି ସୁପରବଗ୍ ଏଣ୍ଟିବାୟୋଟିକ୍ ଔଷଧ ପ୍ରତି କାହିଁକି ପ୍ରତିରୋଧକ ଅଟେ ଏହାର ଅନୁସନ୍ଧାନ କରିଥିଲେ । ରିସର୍ଚ୍ଚ ଅନୁସାରେ, ଏହି ବ୍ୟାକ୍ଟେରିଆ ଅଲଗା ଅଲଗା ଭାଇରସ ସହିତ ଟେଲ୍ କରୁଛି ।
ଫଳରେ ଏହା ଗୋଟିଏ ପ୍ରଜାତିରୁ ଅନ୍ୟ ଏକ ପ୍ରଜାତିକୁ ସହଜରେ ବ୍ୟାପି ପାରୁଛି । ଏହାପରେ ସାଇଣ୍ଟିସ ଏଆଇର ସାହାଯ୍ୟ ନେଇଥିଲେ ।
ଯେଉଁ କାର୍ଯ୍ୟ କରିବା ପାଇଁ ବୈଜ୍ଞାନିକଙ୍କୁ 10 ବର୍ଷ ଲାଗିଥିଲା, ତାହା ମାତ୍ର 48 ଘଣ୍ଟାରେ କଲା ଭାରତ । ପ୍ରଫେସର ପେନାଡିସ ଏହାକୁ ବିଶ୍ବାସ ମଧ୍ୟ କରିପାରି ନଥିଲେ ।
ସେ ଭାବିଲେ ତାଙ୍କର ଲାପଟପରୁ ଡାଟା ଚୋରି ହୋଇଛି । କିନ୍ତୁ ଗୁଗଲ ଏହାର ଉତ୍ତର ନା ବୋଲି ଦେଇଥିଲା । ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।
ଯେତେବେଳେ ଲୋକେ ଏଆଇ ଚାକିରି ନେବ ବୋଲି ଦାବି କରି ଆସୁଛନ୍ତି, ସେତେବେଳେ ସାଇଣ୍ଟିଷ୍ଟ ଏହି ଟୁଲକୁ ପ୍ରଶଂସା କରିଛନ୍ତି । ବିଜ୍ଞାନରେ ଏହାକୁ ଯୋଡାଯିବା ଉଚିତ ବୋଲି କହିଛନ୍ତି ।