fbpx

ନିଜ ପ୍ଲାଟଫର୍ମରୁ ୫ ଲକ୍ଷରୁ ଅଧିକ କ୍ଷତିକାରକ କଣ୍ଟେଣ୍ଟ ହଟାଇଲା ଗୁଗଲ

ନୂଆଦିଲ୍ଲୀ: ଗୁଗଲ ଭାରତର ନୂଆ ଆଇଟି ନିୟମ ୨୦୨୧ କୁ ଧ୍ୟାନରେ ରଖି ଚୁନ୍ ୨୦୨୨ ରେ ୧,୧୧,୪୯୩ ଖରାପ କଣ୍ଟେଣ୍ଟକୁ ହଟାଇଛି ।  ଗୁଗଲ ଏହି ପଦକ୍ଷେପ ଦେଶରେ ୟୁଜର୍ସଙ୍କ ଦ୍ୱାରା ଦାୟର ହୋଇଥିବା ୩୨,୭୧୭ ଅଭିଯୋଗ କାରଣରୁ ଉଠାଇଛି ।

ଗୁଗଲ ଦ୍ୱାରା ହଟାଯାଇଥିବା ସାମଗ୍ରୀ ମଧ୍ୟରେ କପିରାଇଟ୍ ଉଲ୍ଳଂଘନ, ଟ୍ରେଡମାର୍କ, ନ୍ୟାୟାଳୟଙ୍କ ଆଦେଶ, ଗ୍ରାଫିକ୍ ଯୌନ ସାମଗ୍ରୀ, ଠକାମୀ ଏବଂ କିଛି ଅନ୍ୟ ମାମଲା ସହ ଜଡ଼ିତ ଥିବା କଣ୍ଟେଣ୍ଟକୁ ହଟାଇଛି । ଏକ ରିପୋର୍ଟ ଅନୂଯାୟୀ ଜୁନରେ ଗୁଗଲ କୁ କପିରାଇଟ ମାମଲାରେ ୯୬.୧ % ଅଭିଯୋଗ ମିଳିଥିଲା । ସେହିଭଳି ଏହି ସମୟ ମଧ୍ୟରେ ଗୁଗଲର ପ୍ଲାଟଫର୍ମରେ ଅନ୍ୟ କଣ୍ଟେଣ୍ଟକୁ ନେଇ ୩୨,୭୧୭ ଅଭିଯୋଗ ମିଳିଛି । ଯାହାକୁ ନେଇ କମ୍ପାନୀ କହିଛି ଯେ ଏହା ସେମାନଙ୍କର ବ୍ୟକ୍ତିଗତ କିମ୍ବା ଆଞ୍ଚଳିକ ଆଇନଗତ ଅଧିକାରର ଉଲ୍ଲଂଘନ ଅଟେ ।

ଗୁଗୁଲ ଏଏନଆଇକୁ ଦେଇଥିବା ଏକ ବୟାନରେ କହିଛି ଯେ ଅଭିଯୋଗରେ ବିଭିନ୍ନ ଶ୍ରେଣୀ ସାମିଲ ରହିଛି । କିଛି ଅଭିଯୋଗ ସ୍ଥାନୀୟ ନିୟମର ଉଲ୍ଲଂଘନ କରୁଥିବାବେଳେ, ଆଉ କିଛି ମାନହାନି ଭଳି ଅଭିଯୋଗ କରିଥିଲେ । ଗୁଗଲ କହିଛି ଯେ ନିଜର ଅଟୋମେଟିକ୍ ଡିଟେକ୍ସନ ପ୍ରୋସେସ୍ ଜରିଆରେ ୫,୨୮,୮୪୬ ଆକାଉଣ୍ଟ ହଟାଇଛି । କମ୍ପାନୀ କହିଛି ଆମେ ଅନଲାଇନ ହାନିକାରକ କଣ୍ଟେଣ୍ଟ ଠାରୁ ଲଢ଼ିବା ପାଇଁ ଭାରି ନିବେଶ କରୁଛି ଏବଂ ନିଜ ପ୍ଲାଟଫର୍ମରେ ଏହାକୁ ଖୋଜିବା ଏବଂ ହଟାଇବା ପାଇଁ ଟେକ୍ନୋଲୋଜୀର ବ୍ୟବହାର କରୁଛୁ ।

କମ୍ପାନୀ ଆହୁରି ମଧ୍ୟ କହିଛି ଯେ କିଛି ପ୍ରୋଡକ୍ଟ ଶିଶୁ ଯୌନ ଶୋଷଣ ମାମଲା ଏବଂ ହିଂସକ ଚରମପନ୍ଥୀ କଣ୍ଟେଣ୍ଟ ଭଳି ହାନିକାରକ ସୂଚନାର ପ୍ରସାରକୁ ରୋକିବା ପାଇଁ ଅଟୋମେଟିକ ଡିଟେକ୍ସନ ପ୍ରୋସେସର ବ୍ୟବହାର କରିବୁ ।

Get real time updates directly on you device, subscribe now.