fbpx

କାଲିଠୁ ଖୋଲିବ ମାର୍କେଟ ବିଲ୍ଡିଂ: ଗଣ୍ଡଗୋଳ ପାଇଁ ବନ୍ଦ କରିଥିଲେ ବ୍ୟବସାୟୀ

ଭୁବନେଶ୍ୱର: ଆସନ୍ତାକାଲିଠୁ ପୁଣି ଖୋଲିବାକୁ ଯାଉଛି ଭୁବନେଶ୍ୱରର ୟୁନିଟ-୨ ମାର୍କେଟ ବିଲ୍ଡିଂ । କିଛି କଟକଣା ଏବଂ ସର୍ତ୍ତ ସହିତ ଏହି ମାର୍କେଟ ପୁଣି ତରେ ଜନସାଧାରଣଙ୍କ ପାଇଁ ଖୋଲିବ । ଏ ନେଇ ବ୍ୟବସାୟିକ ସଂଘ ଏବଂ ବିଏମସି ମଧ୍ୟରେ ଆଲୋଚନା ପରେ ନିଷ୍ପତ୍ତି ନିଆଯାଇଛି । ମାର୍କେଟ ଖୋଲିଲେ ବି ଏଠାରେ ପୋଲିସର ପେଟ୍ରୋଲିଂ ଏବଂ ବିଏମସିର ଚଢାଉ ଜାରି ରହିବ ବୋଲି ଜଣାଯାଇଛି ।

ବିଏମସି ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତାକାଲିଠୁ ପୁଣି ଥରେ ୟୁନିଟ୍-୨ ମାର୍କେଟ ବିଲ୍ଡିଂ ଖୋଲିବାକୁ ଯାଉଛି । ତେବେ ଆଗାମୀ ୭ ଦିନ ପର୍ଯ୍ୟନ୍ତ ପୋଲିସର ପେଟ୍ରୋଲିଂ ଏବଂ ବିଏମସିର ଚଢାଉ ମଧ୍ୟରେ ମାର୍କେଟ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏ ନେଇ ବିଏମସି ଏବଂ ବ୍ୟବସାୟିକ ସଂଘ ମଧ୍ୟରେ ଏକ ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ଏ ନେଇ ନିଷ୍ପତ୍ତି ନିଆଯାଇଛି ।

ସୂଚନା ଅନୁସାରେ, କିଛି ଦିନ ତଳେ ବିଏମସି ତରଫରୁ ମାର୍କେଟ ବିଲ୍ଡିଂରେ ଥିବା ଅସ୍ଥାୟୀ ଦୋକାନୀମାନଙ୍କୁ ହଟାଇ ଦିଆଯାଇଥିଲା । କିନ୍ତୁ ସେମାନେ ପୁଣି ଥରେ ଦୋକାନ ପକାଇବାକୁ ନେଇ ଗତ ଜୁଲାଇ ୩୧ ତାରିଖରେ ଘଟଣାସ୍ଥଳରେ ଉତ୍ତେଜନା ହୋଇଥିଲା । ତେବେ ପରିସ୍ଥିତି ନିୟନ୍ତ୍ରଣ ବାହାରେ ହେବାରୁ ମାର୍କେଟ ବିଲ୍ଡିଂ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିଲା ବ୍ୟବସାୟୀ ସଂଘ ।

Get real time updates directly on you device, subscribe now.