fbpx
BSKY SKY
BSKY SKY

୪ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା! କେନ୍ଦ୍ରୀୟ କର୍ମଚାରୀଙ୍କୁ ମିଳିବ ଦୁଇ ମାସର ଏରିଅର

BSKY

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ପୁଣି ଥରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ବଢ଼ିଛି । ଚଳିତ ଥର କର୍ମଚାରୀଙ୍କ ଡିଏ ୪ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ମହଙ୍ଗା ଭତ୍ତା ଏବେ ମୋଟ ୩୮ ପ୍ରତିଶତରେ ପହଞ୍ଚିଛି । ଗତ ଜୁନ ମାସରେ ଅଲ୍ ଇଣ୍ଡିଆ କଞ୍ଜ୍ୟୁମର ପ୍ରାଇସ ଇଣ୍ଡେକ୍ସ ଇଣ୍ଡଷ୍ଟ୍ରିଆଲ ୱାର୍କର୍ସ (ଏଆଇସିପିଆଇ)ର ତଥ୍ୟ ଆସିବା ପରେ ଡିଏରେ ବଡ଼ ଧରଣର ବୃଦ୍ଧି ଘଟିବ ବୋଲି ଅନୁମାନ କରାଯାଉଥିଲା । ଏବେ ଏହାର ଫଳାଫଳ ସାମ୍ନାକୁ ଆସିଯାଇଛି ।

ଏକ ବିଶେଷ ସୂତ୍ରରୁ ମିଳିଥିବା ଖବର ମୁତାବକ, କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୪ ପ୍ରତିଶତ ବୃଦ୍ଧି ଘଟିଛି । ଏନେଇ ସରକାର ତରଫରୁ ସ୍ଥିର କରାଯାଇଛି । ସାଧାରଣ ଭାବେ ଡିଏର ବୃଦ୍ଧି ଏଆଇସିପିଆଇ ସଂଖ୍ୟା ଉପରେ ନିର୍ଭର କରିଥାଏ । ଏଆଇସିପିଆଇ ପ୍ରଥମ ୬ ମାସର ସଂଖ୍ୟା ଜାରି କରି ସାରିଛି । ତେବେ ସରକାରଙ୍କ  ଏହି ନିଷ୍ପତ୍ତିରେ କେନ୍ଦ୍ରୀୟ କର୍ମଚାରୀ ଓ ପେନସନରଙ୍କୁ ଫାଇଦା ମିଳିବ ।

ତେବେ ବର୍ଦ୍ଧିତ ଡିଏ ଚଳିତ ବର୍ଷ ଜୁଲାଇରୁ ଲାଗୁ ହୋଇଥିବା ବେଳେ ଏହା ସେପ୍ଟେମ୍ବର ମାସ ସାଲାରି ସହ ଯୁକ୍ତ ହୋଇ ଆସିବ । ଅର୍ଥାତ କର୍ମଚାରୀଙ୍କ ଖାତାକୁ ଜୁଲାଇ ଓ ଅଗଷ୍ଟ ମାସର ଏରିଅର ପଇସା ଆସିବ । ଆଗକୁ ପର୍ବାପର୍ବାଣିର ଋତୁ ଆସୁଥିବା ବେଳେ କେନ୍ଦ୍ରୀୟ କର୍ମଚାରୀଙ୍କ ଆକାଉଣ୍ଟକୁ ମୋଟା ଅଙ୍କର ଅର୍ଥ ଆସିବ । ସୂଚନାଯୋଗ୍ୟ ଯେ, କେନ୍ଦ୍ରୀୟ କର୍ମଚାରୀଙ୍କର ଡିଏ ବଢ଼ିବା ନେଇ ଗତ କିଛିଦିନ ଧରି ଅନେକ ଚର୍ଚ୍ଚା ହେବାରେ ଲାଗିଛି ।

Get real time updates directly on you device, subscribe now.