fbpx
BJD
BJD SKY
BJD SKY

ହାଇ କୋଲେଷ୍ଟ୍ରଲ ଯୋଗୁଁ ବଢିପାରେ ଜୀବନ ପ୍ରତି ବିପଦର ଆଶଙ୍କା: ତୁରନ୍ତ ବଦଳାନ୍ତୁ ଏହି ଅଭ୍ୟାସ

ଓଡିଶା ଭାସ୍କର: ଅସ୍ୱାସ୍ଥ୍ୟକର ଜୀବନ ଶୈଳୀ ଓ ତେଲମିଶା ଖାଦ୍ୟ ଦ୍ୱାରା ଶରୀରରେ କୋଲେଷ୍ଟ୍ରଲର ମାତ୍ରା ବଢିଥାଏ । ଯାହାକି ଅନେକ ରୋଗର ଆଶଙ୍କାକୁ ବୃଦ୍ଧି କରିଥାଏ । ତେବେ ଶରୀରରେ କୋଲେଷ୍ଟ୍ରଲ ବୃଦ୍ଧି ପାଇବା ଦ୍ୱାରା ହାଇ ବ୍ଲଡ ପ୍ରେସର, ହାର୍ଟ ଆଟାକ୍, ଡାଇବେଟିସ୍, କରୋନରୀ ଆର୍ଟରୀ ଡିଜିଜ୍ ଓ ଟ୍ରିପଲ ଭେସେଲ୍ ପରି ସମସ୍ୟା ବୃଦ୍ଧି ପାଇଥାଏ । ତେଣୁ ଏସବୁରୁ ରକ୍ଷା ପାଇବା ପାଇଁ ଆପଣ ପ୍ରତ୍ୟେକ ଦିନର ଜୀବନଶୈଳୀ ଓ ଖାଦ୍ୟ ଅଭ୍ୟାସକୁ ପରିବର୍ତ୍ତନ କରନ୍ତୁ । ନଚେତ୍ ଆପଣଙ୍କ ଶରୀରରେ ମଧ୍ୟ ବଢିପାରେ କୋଲେଷ୍ଟ୍ରଲ । ଯେଉଁଥିପାଇଁ ବିଭିନ୍ନ ସମସ୍ୟା ଆପଣଙ୍କୁ କବଳିତ କରିପାରେ । ତେବେ ଆସନ୍ତୁ ଜାଣିବା ଶରୀରରେ ବଢୁଥିବା କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବା ପାଇଁ କ’ଣ କରିବା ଉଚିତ୍ ।

ରକ୍ତରେ କୋଲେଷ୍ଟ୍ରଲ ବଢିବାକୁ ଦିଅନ୍ତୁ ନାହିଁ:

ରକ୍ତରେ ଖରାପ କୋଲେଷ୍ଟ୍ରଲର ମାତ୍ରା ବଢିବାକୁ ଦିଅନ୍ତୁ ନାହିଁ । ଏହା ଦ୍ୱାରା ଓଜନ ବୃଦ୍ଧି ପାଇବା ସହ ଶରୀରରେ ଅନ୍ୟ ସମସ୍ୟା ମଧ୍ୟ ଦେଖା ଦେଇଥାଏ । ତେଣୁ ରକ୍ତରେ ଖରାପ କୋଲେଷ୍ଟ୍ରଲର ସ୍ତରକୁ ଯଥା ସମ୍ଭବ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟ କରନ୍ତୁ ।

କୋଲେଷ୍ଟ୍ରଲକୁ କମ କରିବାକୁ ଛାଡନ୍ତୁ ଏହି ସବୁୁ ଅଭ୍ୟାସ:

• ଧୂମ୍ରପାନ ଅଭ୍ୟାସ ଛାଡନ୍ତୁ ।

• ପ୍ରତ୍ୟେକ ଦିନ ୮ଘଣ୍ଟାରୁ କମ୍ ଶୁଅନ୍ତୁ ନାହିଁ ।

• ଚର୍ବି ଯୁକ୍ତ ଖାଦ୍ୟ ଓ ତେଲିଆ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ ।

• ଚିନି ଓ ଲୁଣ ଖାଇବା ସୀମିତ କରନ୍ତୁ ।

• ଅଧିକ ୱାର୍କ ଆଉଟ୍ କରନ୍ତୁ ।

ତେଣୁ ରକ୍ତରେ ଖରାପ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବାକୁ ହେଲେ ଆପଣଙ୍କୁ ଏହି ଅଭ୍ୟାସ ଛାଡିବାକୁ ପଡିବ । ନଚେତ୍ ଆପଣ ଯେତେ ଚେଷ୍ଟା କରିଲେ ମଧ୍ୟ ରକ୍ତରେ ଖରାପ କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରିବା ଅସମ୍ଭବ ହୋଇପଡିବ ।

Get real time updates directly on you device, subscribe now.