fbpx

IAS ସ୍ତରରେ ବଡ଼ ଧରଣର ଅଦଳବଦଳ, ଅରବିନ୍ଦ ପାଢ଼ୀ ହେଲେ କୃଷି ଓ କୃଷକ ସଶକ୍ତିକରଣ ସଚିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏନେଇ ରାଜ୍ୟ ସରକାରଙ୍କ ତରଫରୁ ଜାରି ହୋଇଛି ବିଜ୍ଞପ୍ତି ।

ବିଜ୍ଞପ୍ତି ଅନୂଯାୟୀ, ଆଇଏଏଏସ ବିଷ୍ଣୁପଦ ସେଠୀଙ୍କୁ ମିଳିଛି ଉଚ୍ଚଶିକ୍ଷା ବିଭାଗ ସଚିବ, ଏହାସହ ତାଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗ ଅତିରିକ୍ତ ଦାୟିତ୍ୱ ମଧ୍ୟ ମିଳିଛି । ଆଇଏଏସ ସଞ୍ଚୟ କୁମାର ସିଂହ ହେଲେ ଗ୍ରାମ୍ୟ ଉନ୍ନୟନ ପ୍ରମୁଖ ସଚିବ । ସଞ୍ଜୟଙ୍କୁ ସୂଚନା ଏବଂ ଲୋକସଂପର୍କ ବିଭାଗ ସଚିବ ଏବଂ ବିଡିଏ ଭିସି ଭାବରେ ମଧ୍ୟ ଅତିରିକ୍ତି ଦାୟିତ୍ୱ ଦିଆଯାଇଛି । ସେହିପରି ଅଶ୍ୱଥି ଏସଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଭାବରେ ମିଳିଛି ନୂଆ ଦାୟିତ୍ୱ ।

ସେହିପରି ଆଇଏଏସ ଅରବିନ୍ଦ ପାଢ଼ୀ ହେଲେ କୃଷି ଓ କୃଷକ ସଶକ୍ତିକରଣ ସଚିବ, ଶ୍ରୀ ପାଢ଼ୀଙ୍କୁ ମତ୍ସ୍ୟ ଓ ପ୍ରାଣୀସମ୍ଦ ବିଭାଗ ଅତିରିକ୍ତ ଦାୟିତ୍ୱ ମଧ୍ୟ ମିଳିଛି । କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ତାଙ୍କୁ ମିଳିଲା ନିଯୁକ୍ତି ।

Get real time updates directly on you device, subscribe now.